୫ ହଜାରରୁ ବି କମ ଟଙ୍କାରେ ପାଇପାରିବେ ଦମଦାର ସ୍ମାର୍ଟଫୋନ, ଶୀଘ୍ର କିଣି ନିଅନ୍ତୁ

କମ ବଜେଟରେ ସ୍ମାର୍ଟଫୋନ ଉପଲବ୍ଧ କରୁଥିବା ମୋବାଇଲ କମ୍ପାନୀ ଆଇଟେଲ (itel) ଭାରତରେ ଚାରି ବର୍ଷ ପୂରଣ କରି ସାରିଛି । ଆଉ ଏହି ଚାରିବର୍ଷ ଭିତରେ କମ୍ପାନୀ ୬ କୋଟି ଟଙ୍କାରୁ ଅଧିକ ଟଙ୍କାର ବ୍ୟବସାୟ ମଧ୍ୟ କରିଛି । କିନ୍ତୁ ନିକଟରେ କମ୍ପାନୀ ନିଜର ଦୁଇ ନୂଆ ସେଟ ଲଞ୍ଚ କରିଛି । ଏହି ଦୁଇଟିର ନାଁ ହେଉଛି A 48 ଓ A 25 Pro ସାମିଲ ଅଛି । ତେବେ ଆସନ୍ତୁ itel A48 ଓ itel A 25 Pro ବାବଦରେ ଡିଟେଲରେ ଜାଣି ରଖିବା:

ଭାରତୀୟ ବଜାରରେ itel A48 ଦର ୫୯୯୯ ଟଙ୍କା ଥିବା ବେଳେ itel A 25 Pro ଦର ୪୯୯୯ ଟଙ୍କା ରହିବ ବୋଲି ଜଣାଯାଇଛି । ଫୋନ ଗୁଡିକର ବିକ୍ରି ଫ୍ଲିପକ୍ୱାର୍ଟ ଓ ଅଫଲାଇନ ଷ୍ଟୋର ମାନଙ୍କରେ ଗ୍ରେଡ଼େସନ ବ୍ଲୁ , ଗ୍ରେଡ଼େସନ ଗ୍ରୀନ, ଗ୍ରେଡ଼େସନ ପରପଲ, ଗ୍ରେଡ଼େସନ ବ୍ଲାକ କଲର ପରି ତିନୋଟି ରଙ୍ଗରେ ଉପଲବ୍ଧ ହେବ ।

ଏହି ଫୋନରେ ୬.୧ ଇଞ୍ଚର ଏଚଡ଼ି ପ୍ଲସ ଡିଷ୍ପ୍ଲେ ସୁବିଧା ରହିବ । ଯାହାକି ଆଇପିଏସ ଓ ଷ୍ଟାଇନ ବଟର ଡ୍ରପ ପରି ନଚ ପରି ଅତ୍ୟାଧିନିକ ସୁବିଧା ମଧ୍ୟ ଉପଲବ୍ଧ ଅଛି । ଡିଷ୍ପ୍ଲେରେ 2.5D ସହ କ୍ୱାର୍ଡ଼ ଗ୍ଲାସ ବି ରହିଛି । ଫୋନ ଗୁଡିକ ଆଣ୍ଡ୍ରଏଡ ୧୦ ଟେକନିକରେ ହିଁ କାମ କରିଥାଏ । ଏହାସହ ଉନ୍ନତ ଧରଣର ୫ ମେଗା ପିକସଲର ରିୟର କ୍ୟାମେରା ସହ ୫ ମେଗାପିକସଲ ସେଲ୍ଫି କ୍ୟାମେରା ମଧ୍ୟ ରହିଛି । ଏହାସହ ଫୋନରେ ୨ ଜିବି ରାମ ସହ ୩୨
ଜିବି ଷ୍ଟୋରେଜ ସହ ମେମୋରୀ କାର୍ଡକୁ ୧୨୮ ଜିବି ପର୍ଯ୍ୟନ୍ତ ବଢ଼ାଇ ପାରିବ । ଏହା ସହ ଫେସ ଅନଲକ ସମେତ ଫିଙ୍ଗରପ୍ରିଣ୍ଟର ସପୋର୍ଟ ବି ମିଳିପାରିବ । ଫୋନରେ ୩୦୦୦ mAh ବ୍ୟାଟେରୀ ସୁବିଧା ବି ମିଳୁଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.