Below header

Video: ଲହୁଣୀ ବାଲା ଚା’ ସୋସିଆଲ ମିଡିଆରେ ଭାଇରାଲ, ଏଭଳି ଅଜବ ରେସିପି ଉପରେ ଭଡ଼କିଲେ ଲୋକେ, କହିଲେ, ‘ଚିଜ୍‌ ଓ ପନିର ମଧ୍ୟ ପକାଇ ଦିଅନ୍ତୁ’ 

ଲୋକେ ନିଜ ସ୍ୱାଦ ଅନୁସାରେ ଅଲଗା ଅଲଗା ପ୍ରକାରର ଚା’ ପିଇବାକୁ ପସନ୍ଦ କରିଥାଆନ୍ତି। ଏଥିପାଇଁ ଚା’ର ମଧ୍ୟ ଅନେକ ଭେରାଇଟି ବଜାରରେ ଉପଲବ୍ଧ ହେଲାଣି। ଯେପରି, ଅଦା ଚା’, ମସଲା ଚା’, ହର୍ବାଲ ଚା’ ଇତ୍ୟାଦି। କିନ୍ତୁ ଆପଣ କେବେ ଲହୁଣୀ ବାଲା ଚା’ ପିଇଛନ୍ତି କି? ପ୍ରକୃତ କଥା ହେଉଛି, ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଏଥିରେ ଆପଣ ଦେଖିପାରିବେ କି, ଜଣେ ବ୍ୟକ୍ତି ଚା’ରେ ବହୁତ ଲହୁଣୀ ପକାଇ ନିଆରା ଅନ୍ଦାଜରେ ଚା’ ପ୍ରସ୍ତୁତ କରୁଛନ୍ତି ଏବଂ ଏହାକୁ ଖୁବ୍‌ ସିଝାଉଛନ୍ତି। ଭିଡିଓଟି foodieagraaaaa ନାମକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରାଯାଇଛି। ସୂଚନା ମୁତାବକ, ଏହି ଭିଡିଓ ଆଗ୍ରାର ବାବା ଟି ଷ୍ଟଲର। ଏମିତି ଲହୁଣୀ ବାଲା ଚା’ ଦେଖି ଚା’ ଲଭର୍ସ ନିଜ ଇମୋଶନକୁ କାବୁ କରି ରଖିପାରୁ ନାହାନ୍ତି ଏବଂ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର କମେଣ୍ଟସ୍‌ ଦେବାରେ ଲାଗିଛନ୍ତି।

 

View this post on Instagram

 

A post shared by FOODIEAGRA (@foodieagraaaaa)

ଜଣେ ଲେଖିଛନ୍ତି, ‘ଟିକେ ଚିଜ୍‌ ଓ ମେୟୋନିଜ୍‌ ବି ପକାଇ ଦିଅନ୍ତୁ’। ସେହିପରି ଆଉ ଜଣେ ଲେଖିଛନ୍ତି, ‘ଏବେ ଚିଜ୍‌ ଓ ପନିର ପକାଇବା ବାକି ରହିଗଲା ବାସ୍‌’। ତେବେ ଏଭଳି ଅଜବ ପ୍ରକାର ରେସିପି ଦେଖି କିଛି ଲୋକ ନିଜ ବିରକ୍ତିଭାବ ପ୍ରକାଶ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.