ରିକ୍ସାରେ ଇମ୍ରାନ୍‌ ଖାନ୍‌! ଭାଇରାଲ ହେଉଛି ଅବିକଳ ପାକ୍‌ ପ୍ରଧାନମନ୍ତ୍ରୀଙ୍କ ଭଳି ଦିଶୁଥିବା ଯୁବକଙ୍କ ଭିଡିଓ; ଦେଖିଲେ ଆପଣ ବି ଧୋକା ଖାଇଯିବେ

ରିକ୍ସାରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌। ରିକ୍ସାରେ ଇମ୍ରାନ୍‌ ଖାନ୍‌ ଯାଉଥିବା ବେଳର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଆପଣ ଭାବୁଥିବେ, ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କର କ’ଣ ଏମିତି ଅବସ୍ଥା ଆସିଗଲା ଯେ ତାଙ୍କୁ ରିକ୍ସାରେ ଯିବାକୁ ପଡ଼ିଲା। କିନ୍ତୁ ନା ପ୍ରକୃତରେ କଥାଟି ସେଇୟା ନୁହେଁ।

ଭାଇରାଲ ହେଉଥିବା ଏହି ଯୁବକ ପ୍ରକୃତରେ ଇମ୍ରାନ୍‌ ଖାନ୍‌ ନୁହେଁ, ବରଂ ଅବିକଳ ତାଙ୍କ ଭଳି ଦେଖାଯାଉଥିବା ଜଣେ ଯୁବକ। କିନ୍ତୁ ହଠାତ୍‌ ଯେକେହି ବି ଏହି ଯୁବକଙ୍କୁ ଦେଖିବ ଧୋକା ଖାଇଯିବ। କାରଣ ଭାଇରାଲ ହେଉଥିବା ଏହି ଯୁବକଙ୍କ ଉଚ୍ଚତା, ଚେହେରା, ଲମ୍ବା କେଶ ଓ ନୀଳ ଆଖି ପୂରାପୂରି ଇମ୍ରାନ୍‌ଙ୍କ ଭଳି। ଇମ୍ରାନ୍‌ ଯୁବକ ଥିବା ବେଳେ ଯେମିତି ଦିଶୁଥିଲେ, ଯୁବକ ଜଣକ ଅବିକଳ ସେମିତି ଦେଖାଯାଉଛନ୍ତି। ଏହି କାରଣରୁ ଦେଖୁ ଦେଖୁ ଯୁବକଙ୍କ ଭିଡିଓ ଭାଇରାଲ ହୋଇଯାଇଛି। ଭିଡିଓରେ ଯୁବକ ଜଣକ ରିକ୍ସାରେ କୁଆଡ଼େ ଯାଉଛନ୍ତି। ତାଙ୍କ ପଛରେ ଯାଉଥିବା ଗାଡ଼ିରୁ କେହି ଏହି ଭିଡିକୁ ସୁଟିଂ କରି ସେୟାର କରିଛି। ଭିଡିଓଟି ଅବ୍‌ଦୁଲ୍ଲା କମରଙ୍କ ଆକାଉଣ୍ଟରୁ ସେୟାର କରାଯାଇଛି।

ଇମ୍ରାନ୍‌ ଖାନ୍‌ ୨୦୧୮ରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ। ମାତ୍ର ଏହା ପୂର୍ବରୁ ତାଙ୍କ ଗଣତି ପାକିସ୍ତାନର ସେଲିବ୍ରିଟିଙ୍କ ମଧ୍ୟରେ ହେଉଥିଲା। କାରଣ ସେ କ୍ୟାପ୍‌ଟେନ୍‌ ଥିବା ବେଳେ ହିଁ ୧୯୯୨ ମସିହାରେ ପାକିସ୍ତାନ ବିଶ୍ୱ କପ୍‌ ଜିତି ଥିଲା ଓ ତା’ପରଠାରୁ ପାକିସ୍ତାନ କେବେ ବି ବିଶ୍ୱକପ୍‌ ଜିତି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.