ବେଗୁନିଆ ରାସ୍ତା କଡରେ ଫଳିଛି ସୁନାର ଫସଲ, ଲୋକେ ଗାଡି ରଖି ଉଠାଉଛନ୍ତି ସେଲଫି

ରାସ୍ତା କଡ ପାଲଟିଛି ସେଲଫି ପଏଣ୍ଟ। ଯିଏ ଏହି ମନୋରମ ଦୃଶ୍ୟ ଦେଖୁଛି ସିଏ ଘଡିଏ ଛିଡା ହୋଇ ଚାହିଁ ରହୁଛି। କାହିଁକିନା ଟାଗଂରା ଭୁଇଁରେ ଫଳିଛି ସୁନା ଫସଲ। ଆଉ ଏହାକୁ ସଫଳ କରି ଦେଖାଇଛନ୍ତି ବେଗୁନିଆ ବ୍ଲକ ପୋଡାଡିହ ସରପଞ୍ଚ ସନ୍ତୋଷ କୁମାର ମାଣିକ। କୃଷି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାମାନ ନିଜେ କାର୍ଯ୍ୟକାରୀ କରି ଚାଷୀମାନଙ୍କୁ ଉସ୍ଛାହିତ ସହ ପାଲଟିଛନ୍ତି ଉଦାହରଣ ।

farming1ଖୋର୍ଦ୍ଧା ବାକିଂ ମୁଖ୍ୟ ରାସ୍ତାର ପୋଡାଡିହ ଗାଁର ଏହି ସୋରିଷ ଫୁଲର କ୍ଷେତ ଆକୃଷ୍ଟ କରୁଛି ରାସ୍ତାରେ ଯାଉଥିବା ପଥିକକୁ । ଫୁଲର ଶୋଭାରେ ବିଭୋର ପଥିକ। କିଏ ସେଲଫି ନେଉଛି ତ ଆଉ କିଏ ପରିବାର ଧରି ଫଟୋ ଉଠାଉଛି ଏପରି ଏକ ସ୍ଥାନ ସୂଦୂର କନ୍ଧମାଳ କି କୋରାପୁଟ ନୁହେଁ ଅବା ନଦୀ କୂଳିଆ ଅବବାହିକା ନୁହେଁ ଏ ହେଉଛି ବେଗୁନିଆ ବ୍ଲକ ପୋଡାଡିହ ପଞ୍ଚାୟତ ସରପଞ୍ଚଙ୍କ ଉଦ୍ୟୋଗରେ ଟାଗଂରା ଭୂଇଁର ସୁନା ଫସଲର ଦୃଶ୍ୟ।

farmingକୃଷି କ୍ଷେତ୍ରରେ ଚାଷୀମାନଙ୍କୁ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ନେଇ ସରପଞ୍ଚ ସନ୍ତୋଷ କୁମାର ମାଣିକ ବ୍ଲକ କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରି ଏହି ସୋରିଷ ବିହନ ଆଣିଥିଲେ । ପ୍ରାୟ ଦୁଇ ଏକର ଜମିରେ ଚାଷ କରିବା ସହିତ କିଛି ଲୋକଙ୍କୁ ମଧ୍ୟ ଦେଇଛନ୍ତି ରୋଜଗାର। ଏଥିସହିତ ଜଣେ ସଫଳ ଚାଷୀ ଭାବେ ଅନ୍ୟ ମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ। ଅନ୍ୟ ପଟରେ ଏହି ଫସଲ ଦେଖି ସ୍ଥାନୀୟ ଚାଷୀ ଉସ୍ଛାହିତ ସହ ଆଗମୀ ଦିନରେ ସରକାରଙ୍କ ବିଭିନ୍ନ କୃଷିଭିତ୍ତିକ ଯୋଜନାରେ ଆକର୍ଷିତ ହେଉଛନ୍ତି ବୋଲି କହିଛନ୍ତି ବ୍ଲକ କୃଷି ଅଧିକାରୀ । ତେବେ ଆମେ ତ କହିବୁ ଯୁବ ସରପଞ୍ଚଙ୍କ ଏପରି ଉଦ୍ୟମ ସ୍ଥାନୀୟ ଚାଷୀମାନଙ୍କୁ ଉତ୍ସାହିତ କରିବା ସହିତ କୃଷି କ୍ଷେତ୍ରରେ ଏକ ନିଆରା ପଦକ୍ଷେପ ସୃଷ୍ଟି କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.