ଗ୍ରାହକଙ୍କୁ ଝଟକା ଦେଲା ମାରୁତି ସୁଜୁକି କମ୍ପାନୀ, ୩୪ ହଜାର ପର୍ଯ୍ଯନ୍ତ ବଢାଇଲା କାର୍ ଦାମ୍

ଯଦି ଆପଣ ମାରୁତି କାର କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଲାଗିପାରେ ଝଟକା। ଦେଶର ଅଗ୍ରଣୀ କାର ନିର୍ମାତା କମ୍ପାନି ମାରୁତି ସୁଜୁକି ସୋମବାର ଏକ ବଡ଼ ଘୋଷଣା କରିଛି। ମାରୁତି ସୁଜୁକି କାରର ଦାମ ବୃଦ୍ଧି କରିଛି ବୋଲି କମ୍ପାନି କହିଛି। ମାରୁତିର କିଛି ଲୋକପ୍ରିୟ ମଡେଲର ଦାମ୍ ବଢାଇଦେଇଛି କମ୍ପାନୀ। ଦିଲ୍ଲୀରେ ମାରୁତି କାରର ଦାମ ୭ ହଜାର ଟଙ୍କାରୁ ଆରମ୍ଭ କରି ୩୪ ହଜାର ପର୍ଯ୍ଯନ୍ତ ମହଙ୍ଗା ହୋଇଛି।

କାରରେ ବ୍ୟବହୃତ ହେଉଥିବା କଞ୍ଚାମାଲର ଦାମ ବଢ଼ୁଥିବା ହେତୁ ମାରୁତି ସୁଜୁକି ନିଜ ମଡେଲର ମୂଲ୍ୟ ୩୪,୦୦୦ ଟଙ୍କା କୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଆଜିଠାରୁ ଏହି ମୂଲ୍ୟ ବୃଦ୍ଧି କାର୍ଯ୍ୟକାରୀ ହେବ ବୋଲି କମ୍ପାନି ସ୍ପଷ୍ଟ କରିଛି। ମାରୁତି କାରର ଦାମ୍ ବଢାଇବାର ଘୋଷଣା ୨୦୨୦ ଡିସେମ୍ବରରୁ କରିଥିଲା।

suzuki

ଜାନୁଆରୀ ୨୦୨୧ରୁ ଏହାର ବିଭିନ୍ନ ମଡେଲର ମୂଲ୍ୟ ବୃଦ୍ଧି ହେବ। ଏହାପୂର୍ବରୁ ହ୍ଯୁଣ୍ଡାଇ, କିଆ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କାରର ଦାମ୍ ବଢିଥିଲା। କଞ୍ଚାମାଲର ଦାମ ବୃଦ୍ଧି ହେତୁ କାରର ମୂଲ୍ୟ ଗୁରୁତର ଭାବରେ ପ୍ରଭାବିତ ହୋଇଛି ଏବଂ ଏହା ଗ୍ରାହକଙ୍କ ଉପରେ କିଛି ପ୍ରଭାବ ପକାଇବା ଆବଶ୍ୟକ ଅଟେ। ଏ ନେଇ ଦାମ ବୃଦ୍ଧି କରାଯିବ। କିନ୍ତୁ କେଉଁ କେଉଁ କାରର ଦାମ୍ ବଢିଛି, ଯାହା ଜଣାପଡିନାହିଁ। ମାରୁତି ସ୍ବିଫ୍ଟ ଡିଜାୟର, ବାଲେନା, ବ୍ରିଜା, ସିୟାଜ ଭଳି କାରର ଦାମ୍ ବଢିଥିବା କଥା ଅନୁମାନ କରାଯାୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.