Below header

ରୁଷିଆର ଏହି ସହରକୁ ଯିବା ପାଇଁ ପାରିହେବାକୁ ପଡିଥାଏ ଅନ୍ୟ ଦେଶ

କେତେକ ସହର ଏକାଠି ହେଲେ ହିଁ ଏକ ଦେଶ ତିଆରି ହୋଇଥାଏ । କିନ୍ତୁ ଆପଣ କଣ ଏମିତି ସହର ବିଷୟରେ ଶୁଣିଛନ୍ତି ଯାହା କୌଣସି ଦେଶ ଭିତରେ ହିଁ ନାହିଁ । ହଁ ସତରେ ଏହି ସହର ନିଜ ଦେଶ ଠାରୁ ଖଣ୍ଡ ହୋଇ ଅନେକ ଦୂରରେ ଅବସ୍ଥିତ । ୨ୟ ବିଶ୍ବ ଯୁଦ୍ଧ ସମୟରେ ଏହି ସହର ଜର୍ମାନ ଦେଶ ଅକ୍ତିଆରରେ ଥିଲା । ଆମେ କହିବାକୁ ଯାଉଛୁ କେଲିନିନନାଦ ବିଷୟରେ । ଯାହାକି ରୁଷ ଅଧୀନରେ ଥିବା ଏକ ସହର । ୪ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ସହର ଲିଥୁଆନିଆ ଓ ପୋଲାଣ୍ଡ ମଧ୍ୟବର୍ତ୍ତୀ ଅଂଚଳରେ ଅବସ୍ଥିତ । କିନ୍ତୁ ଏଠାକୁ ଯିବା ପାଇଁ ରୁଷ ଭିସାର ଆବଶ୍ୟକତା ପଡିଥାଏ ।

russia

ଏମିତିକି ଏହି ସହରକୁ ଯିବା ପାଇଁ ଅନ୍ୟ ଦେଶର ସୀମା ଅତିକ୍ରମ କରିବାକୁ ପଡିଥାଏ । କେଲିନିନନାଦ ନାମକ ଏହି ସହର ବାଲଟିକ୍ ନଦୀରେ ପଡିଥିବା ପ୍ରିଗୋଲିଆ ନଦୀ କୂଳରେ ହିଁ ଅବସ୍ଥିତ । ପ୍ରକୃତରେ ପୂର୍ବରୁ ପ୍ରସିଆ ଜର୍ମାନର ଏକ ଏକ ଅଂଶ ଥିଲା । ୧୮ ରୁ ୧୯ ଶତାବ୍ଦୀର ସମୟ ଭିତରେ ଭିତରେ ଏହି ସହରର ଏକ ସ୍ୱତନ୍ତ୍ର ପରିଚୟ ଥିବା ବେଳେ ପରେ ଏହି ସହର ନିଜ ଅସ୍ଥିତ୍ୱ ହରାଇ ବସିଥିଲା । ୨ୟା ବିଶ୍ୱଯୁଦ୍ଧ ସମୟରେ ଏହାର ଅଧିକାଂଶ ଅଂଚଳ କମ୍ୟୁନିଷ୍ଟ ପୂର୍ବ ଜର୍ମାନୀ, ପୋଲାଣ୍ଡ, ରୁଷରେ ଯାଇ ମିଶିଥିଲା । ଏହି ସହରରେ ୧୨୫୫ରେ ଟିଟାନିକ ନାଇଟ୍ସ ଦ୍ୱାରା ଏକ ନୂଆ କିଲ୍ଲା ନିର୍ମାଣ କରାଯାଇଥିଲା ।

russia

୨ୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟିଶ ସେନା ମାନେ ଏହା ଉପରେ ଖୁବ ମାତ୍ରାରେ ବମ ବର୍ଷଣ କରିଥିଲେ । ଯାହା ଦ୍ୱାରା ଏହି ସହର ସମ୍ପୂର୍ଣ ଭାବେ ନଷ୍ଟ ହୋଇଯାଇଥିଲା । ସେହି ସମୟରେ ଏଠାକାର ଜନ ସାଧାରଣ ଅନ୍ୟ ଦେଶ ମାନଙ୍କରେ ଯାଇ ଆଶ୍ରୟ ନେଇଥିଲେ । କିନ୍ତୁ ଏବେ ଏଠାରେ ପ୍ରାୟ ୮୭ ପ୍ରତିଶତ ରୁଷ ନାଗରିକ ମାନେ ହିଁ ବସବାସ କରୁଛନ୍ତି । ଏହି ସହରଟି ଲିଥୁଆନିଆ ଓ ପୋଲାଣ୍ଡର ମଧ୍ୟବର୍ତ୍ତୀ ସ୍ଥାନରେ ଥିବାରୁ ଏଠାକୁ ଯିବା ପାଇଁ ଅନ୍ୟ ଏକ ଦେଶ ପାର ହେବାକୁ ପଡିଥାଏ । ଏଥିପାଇଁ ପୋଲାଣ୍ଡ ଓ ରୁଷ ନାଗରିକଙ୍କ ଭିତରେ ଏକ ସ୍ଵାକ୍ଷର କରାଯାଇଥିଲା । ଏଥିପାଇଁ ଏଠାକାର ନିବାସୀ ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର କାର୍ଡ ଜାରି କରାଯାଇଛି । ଯାହାଦ୍ୱାରା ସେମାନେ ସହଜରେ ରୁଷ ଯାତ୍ରା କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.