Below header

Viral Video: ମୁଣ୍ଡ ଉପରେ ରଖିଛନ୍ତି ବାସନ ଭର୍ତ୍ତି ଟବ, ହାତରେ ଧରିଛନ୍ତି ବାଲ୍ଟି, Superwoman ପାଣିରେ ଏମିତି ଚଲାଇଲେ ବାଇକ

ଏ ପର୍ଯ୍ୟନ୍ତ ଆପଣ କୌଣସି ଫିଲ୍ମ ଏବଂ ପୁସ୍ତକରେ Superwomanଙ୍କ ବିଷୟରେ ଅନେକ କିଛି ଦେଖିଥିବେ ଅବା ପଢ଼ିଥିବେ। ଏହି ମହିଳାମାନଙ୍କ ପାଖରେ ଅଲଗା ପ୍ରକାରର ଶକ୍ତି ରହିଥାଏ, ଯଦ୍ଦ୍ୱାରା ସେମାନେ କୌଣସି ବି ସମସ୍ୟାକୁ ଚୁଟକିରେ ସମାଧାନ କରିବା ବାଟ ବାହାର କରି ଦିଅନ୍ତି। ଏବେ ସୋସିଆଲ ମିଡିଆରେ ଏମିତି ହିଁ ଜଣେ Superwomanଙ୍କ ଭିଡ଼ିଓ ଖୁବ ଭାଇରଲ ହେଉଛି, ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ଟ୍ୱିଟରରେ DoctorAjayita ନାମକ ଆକାଉଣ୍ଟରୁ ଏହି ଭିଡ଼ିଓ ସେୟାର କରାଯାଇଛି। ଏଥିରେ ନଜର ଆସୁଥିବା ଜଣେ ମହିଳାଙ୍କ ଅଦ୍ଭୁତ ଟ୍ୟାଲେଣ୍ଟ ଦେଖିବାକୁ ମିଳୁଛି। ମହିଳା ଜଣକ ପାଣିରେ ବାଇକ ଚଲାଉଥିବା ନଜର ଆସୁଛି। କଥା କେବଳ ଏତିକି ନୁହେଁ, ଏହି Superwoman ନିଜ ମୁଣ୍ଡରେ ବାସନକୁସନକୁ ଏକ ଟବରେ ଲଦି ରଖିଛନ୍ତି। ଗୋଟିଏ ହାତରେ ବାଲ୍ଟି ଏବଂ ଅନ୍ୟ ହାତରେ ବ୍ୟାଗ ଧରି ସେ ବାଇକ ଚଲାଇ ଯାଉଛନ୍ତି।

ମାତ୍ର ୪୧ ସେକେଣ୍ଡର ଏହି ଭିଡ଼ିଓକୁ ଏ ପର୍ଯ୍ୟନ୍ତ ୮ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ସମସ୍ତେ ମହିଳାଙ୍କ ପ୍ରଶଂସା କରୁଛନ୍ତି। ଲୋକେ ତାଙ୍କ କ୍ଷମତା ଦେଖି ବହୁତ ଆଶ୍ଚର୍ଯ୍ୟଚକିତ ମଧ୍ୟ ହୋଇଯାଉଛନ୍ତି। କିଛି ଲୋକ ଏହାକୁ ନାରୀ ଶକ୍ତିର ଅଦ୍ଭୁତ ଉଦାହରଣ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.