Below header

କମିଶନରେଟ ପୋଲିସର ସ୍ପୋଷାଲ ଡ୍ରାଇଭ ଫର ପେଣ୍ଡିଂ କେସ୍, ୧୪୦୦୦ ପୁରୁଣା ମର୍ଡର କେସର ଉଠିବ ପର୍ଦ୍ଦା

କେନ୍ୟୁଜ୍(ବ୍ୟୁରୋ):  ପେଣ୍ଡିଂ ମର୍ଡର କେଶର ଫାଇଲ ଖୋଲୁଛି କମିଶନରେଟ ପୋଲିସ । ୨୫/୦୫/୨୦୧୨ ମସିହାରେ ଗୋଠପଟଣା ଠାରେ ହୋଇଥିବା ହତ୍ୟା କାଣ୍ଡର ଫାଇଲକୁ ବି ରି-ଓପନ କରିଛି ପୋଲିସ । ୨୫ ରୁ ୩୦ ବର୍ଷୀୟ ଜଣେ ମହିଳାଙ୍କ ମୃତ ଦେହର ପରିଚୟ ମିଳିନଥିବା ବେଳେ ମହିଳାଙ୍କ ପରିଚୟ ପାଇବା ପାଇଁ କମିଶନରେଟ ପୋଲିସ ଜାରି କରିଛି ପୋଷ୍ଟର । ମହିଳାଙ୍କ ମୃତ ଦେହ ନିକଟରୁ ମିଳିଥିବା ଏକ ପଲିଥିନରୁ ପୋଲିସକୁ ମିଳିଥିଲା କାମାକ୍ଷାନଗରରେ ଥିବା ଏକ ଦୋକାନର ନାଁ । ମିଳିଥିବା ପ୍ରମାଣ ଆଧାରରେ ୨୦୧୨ ମସିହା ଭଳି ଢେଙ୍କାନାଳର ବିଭିନ୍ନ ସ୍ଥାନକୁ ଯାଇ ପୋଲିସ ତଦନ୍ତ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର DCP ଉମାସଙ୍କର ଦାସ ।

 

cp bbsr

ଏହା ସହ ମିଳିଥିବା ତଥ୍ଯ ପ୍ରମାଣ ଆଧାରରେ ଏକ ପୋଷ୍ଟର ଓ ସ୍କେଚ ମଧ୍ୟ ଢେଙ୍କାନାଳର ବିଭିନ୍ନ ଅଞ୍ଚଳରେ ଲଗାଯିବ । ଏହା ସହ ଏହି ଘଟଣାକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚେଇବା ପାଇଁ ପୋଲିସ ଗଣମାଧ୍ୟମର ସହାୟତା ନେବ ବୋଲି କହିଛନ୍ତି DCP । ମର୍ଡର କେସ୍ ଗୁଡିକରେ ପୋଲିସ କରିଥିବା ରିଭ୍ୟୁରୁ ଜଣା ପଡ଼ିଛି ଯେ ପାଖା ପାଖି ୬ଟି କେସରେ ଆଜି ଯାଏ ହତ୍ୟା କରାଯାଇଥିବା ବ୍ଯକ୍ତିଙ୍କର ପରିଚୟ ମିଳିନାହିଁ । କେବଳ ମର୍ଡର କେଶ ନୁହେଁ ପୁରା ଭୁବନେଶ୍ୱରର UPDରେ UD କେଶରେ ମିଳିନଥିବା ମୃତ ଦେହର ପରିଚୟ ପାଇଁ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ ।

ପୁରା ଭୁବନେଶ୍ୱରରେ ଥିବା ୧୪୦୦୦ କେଶର ତଦନ୍ତ ପ୍ରକ୍ରିୟା ଭିତରେ ଥିବା ବେଳେ ଏଥିରେ ଥିବା କିଡନାପିଙ୍ଗ,ନିଖୋଜ,ମର୍ଡର କେଶ ସହ ରୁଜୁ ହୋଇଥିବା UD କେଶ ଗୁଡିକ ମଧ୍ୟ ରିଭ୍ୟୁ କରୁଛି କମିଶନରେଟ ପୋଲିସ । ପ୍ରାଥମିକ ପର୍ଯ୍ଯାୟରେ ପୋଲିସ ମୃତକଙ୍କର ପରିଚାୟକୁ ଗୁରୁତ୍ୱ ଦେଉଥିବା ବେଳେ ଏଥିପାଇଁ ପୁରୁଣା ଫାଇଲ ଖୋଲିବ ସହ ପୁରୁଣା କେଶର ତଦନ୍ତ ଅଧିକାରୀ ଙ୍କ ସହ ଯୋଗା ଯୋଗ କରୁଛି କମିଶନରେଟ ପୋଲିସ । ପୁରୁଣା ଫାଇଲକୁ ଖୋଲି ପୁଣି ଥରେ କେଶର ତଦନ୍ତ କରିବା ପୋଲିସ ପାଇଁ ବଡ଼ ଚ୍ଯାଲେଞ୍ଜ ହୋଇଥିବା ବେଳେ ପୋଲିସ ପ୍ରାଥମିକ ସ୍ତରରେ ଏବେ ପରିଚୟକୁ ଗୁରୁତ୍ୱ ଦେଉଛି ।

ତେବେ ପୋଷ୍ଟରରୁ ଅନ୍ଧାରୁଆ ନିକଟରେ ମହିଳାଙ୍କ କଟା ମୁଣ୍ଡର ରହସ୍ୟ ଉପରୁ ପୋଲିସ ପର୍ଦ୍ଦା ଉଠାଇଥିବା ବେଳେ ଏଯାବତ ଜାଁଳା ଥାନାର ସ୍କେଲିଟନ କେସ ଉପରୁ ପର୍ଦ୍ଦା ଉଠାଇ ପାରିନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.