ଫୁଟବଲ୍‌ ଷ୍ଟାର ରୋନାଲ୍‌ଡୋଙ୍କ ଛୋଟ ଇସାରାରେ କୋକାକୋଲାର ୩୦ ହଜାର କୋଟି କ୍ଷତି ହୋଇଗଲା , ଜାଣନ୍ତୁ କଣ ଥିଲା ଘଟଣା

କେନ୍ୟୁଜ୍(ବ୍ୟୁରୋ):  ଫୁଟବଲ୍‌ ଷ୍ଟାର ରୋନାଲ୍‌ଡୋଙ୍କ ଗୋଟିଏ ଇସାରାରେ ଘାଇଲା ହେଲା କୋକାକୋଲା । କମ୍ପାନୀକୁ ଲାଗିଲା ୪ ବିଲିୟନ ଡଲାରର ଝଟକା । ୟୁରୋ କପ୍‌ରେ ହଙ୍ଗେରୀ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ନିଜ ସାମ୍ନାରୁ କୋକାକୋଲାର ଦୁଇଟି ବୋତଲ ହଟାଇଥିଲେ ପର୍ତ୍ତୁଗାଲର ଏହି ଷ୍ଟାର ଷ୍ଟ୍ରାଇକର । କୋକାକୋଲା ବଦଳରେ ପାଣି ପିଇବାକୁ କହିଥିଲେ । ନିଜର ଛୋଟ ଇସାରାରେ ରୋନାଲଡୋ ଜଣାଇଦେଇଥିଲେ ସେ ମୃଦୁ ପାନୀୟକୁ ସମର୍ଥନ କରନ୍ତି ନାହିଁ ।

ବାସ୍‌ ୨୫ ସେକେଣ୍ଡର ଏହି ଭିଡିଓର ପ୍ରଭାବ ଏମିତି ଥିଲା ଯେ ସାଙ୍ଗେ ସାଙ୍ଗେ ଖସିଥିଲା କୋକାକୋଲାର ସେୟାର ମାର୍କେଟ । କିଛି ସମୟ ମଧ୍ୟରେ କମ୍ପାନୀ ପ୍ରାୟ ୩୦ ହଜାର କୋଟିର କ୍ଷତି ସହିଥିବା ଜଣାପଡିଛି । ୟୁରୋପରେ ଦିନ ୩ଟାରେ ସେୟାର ମାର୍କେଟ ଖୋଲିବା ବେଳେ କୋକାକୋଲାର ସେୟାର ରେଟ୍‌ ଥିଲା ୫୬. ୧୦ ଡଲାର୍‌ । ଏହାର ଅଧ ଘଣ୍ଟା ପରେ ହୋଇଥିଲା ରୋନାଲଡୋଙ୍କ ପ୍ରେସ୍‌ କନଫରେନ୍ସ । ଆଉ ଏହାର କିଛି ସମୟ ପରେ କୋକାକୋଲାର ସେୟାର ଖସି ୫୫. ୨୨ ଡଲାରରେ ପହଞ୍ଚିଲା ।

ସବୁଠାରୁ ବଡ କଥା ହେଉଛି ୟୁରୋ କପ୍‌ରେ ସ୍ପୋନସର ଅଛି ନିଜେ କୋକାକଲା । ସେପଟେ ଏହି ଘଟଣା ପରେ ପ୍ରତିକ୍ରିୟା ରଖିଛି କୋକାକୋଲା । କହିଛି, ମ୍ୟାଚ ସମୟରେ ଖେଳାଳିଙ୍କୁ ସମସ୍ତ ପ୍ରକାରର ପାନୀୟ ଦିଆଯାଇଥାଏ । ଏବେ ସେମାନଙ୍କ ପସନ୍ଦ ସେମାନଙ୍କ ଉପରେ ନିର୍ଭର କରିଥାଏ । ହେଲେ ରୋନାଲଡୋଙ୍କ ଏହି ହଲକା ସନ୍ଦେଶ କୋକାକୋଲା ଉପରେ ଭାରି ପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.