ଛୁରାମାଡ଼ ଯୋଗୁ ରକ୍ତାକ୍ତ ହୋଇ ରାସ୍ତା ଉପରେ ଛଟପଟ ହେଉଥିଲା ଯୁବକ, ସିସିଟିଭିରେ କଏଦ ହେଲା ଲାଇଭ ମର୍ଡର

ମଧ୍ୟପ୍ରଦେଶରେ ପୁଣିଥରେ ଘଟିଛି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ। ରାସ୍ତା ଉପରେ ସମସ୍ତଙ୍କ ସାମ୍ନାରେ ଜଣେ ଯୁବକକୁ ହତ୍ୟା କରାଯାଇଛି। ଏହି ପୂରା ଘଟଣା ସିସିଟିଭିରେ କଏଦ ହୋଇଛି। ତେବେ ଏହି ହତ୍ୟାକାଣ୍ଡ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଇଥିବା କହିଛି ପୋଲିସ।

cctv
Image Credit: aajtak

ସୂଚନା ମୁତାବକ, ମଧ୍ୟପ୍ରଦେଶର ମନ୍ଦସୌରର ଜିବାଗଞ୍ଜ ଅଞ୍ଚଳରେ ରାକେଶ ଶିଖବାଲ ନାମକ ଜଣେ ଯୁବକଙ୍କୁ ସ୍ଥାନୀୟ ଭଗତ ସିଂହ ଛୁରୀ ଭୁସି ହତ୍ୟା କରିଛି। ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ଭଗତ ସିଂହକୁ ଗିରଫ କରିଛି। ତେବେ ଏହି ପୂରା ଘଟଣା ସିସିଟିଭିରେ କଏଦ ହୋଇଛି। ଯାହା ଏହି ନର ସଂହାର କେତେ ଭୟଙ୍କର ଥିଲା, ତାହା ସୂଚାଉଛି।

cctv 3
Image Credit: aajtak

ରାକେଶଙ୍କ ପରିବାର ଲୋକେ କହିଛନ୍ତି ଯେ କିଛିଦିନ ତଳେ ଉଭୟଙ୍କର ପାଟି ତୁଣ୍ଡ ହୋଇଥିଲା। ସେତେବେଳେ ମଧ୍ୟ ଭଗତ ରାକେଶଙ୍କୁ ଆକ୍ରମଣ କରିଥିଲା। ମାତ୍ର ଏନେଇ ରାକେଶ ପୋଲିସରେ ଏତଲା ଦେଇନଥିଲେ। ଯଦି ସେଦିନ ସେ ଏତଲା ଦେଇଥାନ୍ତେ, ତେବେ ଆଜି ଏଭଳି ଅବସ୍ଥା ହୋଇନଥାନ୍ତା। ଅନ୍ୟପଟେ ପୋଲିସ ସିସିଟିଭି ଆଧାରରେ ତଦନ୍ତ ତ୍ୱରାନ୍ୱିତ କରିଥିବା କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.