Below header

ପୁରୀ: ଶ୍ରୀମନ୍ଦିର ଚାରି ଦ୍ୱାର ହେବ ରୂପାଛାଉଣୀ, ଇଞ୍ଜିନିୟର ଓ ସେବାୟତଙ୍କୁ ନେଇ ଗଠିତ ହେଇଛି ଦୁଇଟି କମିଟି

ପୁରୀ(କେନ୍ୟୁଜ୍):  ପ୍ରଥମେ ଶ୍ରୀମନ୍ଦିର ଚାରି ଦ୍ୱାର ହେବ ରୂପାଛାଉଣୀ । ରୂପାଦ୍ୱାର ଛାଉଣୀ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକରେ ନିଷ୍ପତ୍ତି ହୋଇଛି । ପ୍ରାରମ୍ଭିକ ଭାବେ ଜୟବିଜୟ ଓ ଭୋଗମଣ୍ଡପ ଘର ପରୀକ୍ଷାମୂଳକ ଭାବେ ରୂପାଛାଉଣୀ କରାଯିବ । ଏହାର ଡିଜାଇନ ଚୁଡାନ୍ତ ହୋଇଛି । କବାଟ କାମ ସରିଲେ ତାପରେ ରୂପାଛାଉଣୀ କରାଯିବ । ପ୍ରାୟ ୧୫ ଜଣ କାରିଗର ଏହି କାର୍ଯ୍ୟ କରିବେ । ନିଳାଦ୍ରୀ ଭକ୍ତ ନିବାସରେ ଆରମ୍ଭ ହୋଇଛି କାମ । ଏଥିପାଇଁ ଆବଶ୍ୟକ ବର୍ମାଟିକ୍‌ କାଠ ପହଞ୍ଚିସାରିଛି ।

puri 2 କବାଟ ଓ ରୂପା ଛାଉଣୀ ତତ୍ୱବଧାନ ପାଇଁ ଇଞ୍ଜିନିୟର ଓ ସେବାୟତଙ୍କୁ ନେଇ ଗଠିତ ହେଇଛି ଦୁଇଟି କମିଟି । ମୂଳ ଦ୍ଵାରର ଡିଜାଇନ୍‌ ଅକ୍ଷୁର୍ଣ୍ଣ ରହିବା ସହ ଉତ୍କଳୀୟ କଳାସ୍ଥାପତ୍ୟର ଡିଜାଇନ୍‌ ମଧ୍ୟ ସ୍ଥାନ ପାଇବ । ଏଏସଆଇ ଠାରୁ ଅନୁମତି ଅଣାଯିବା ପରେ ରୂପା ଛାଉଣୀ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ମଖ୍ୟ ପ୍ରଶାସକ କହିଛନ୍ତି ।

puri 1

ମୁମ୍ବାଇର ଜନୈକ ଦାତା ସମସ୍ତ ରୂପା ଦାନସୂତ୍ରରେ ଦେବାକୁ ରାଜି ହୋଇଛନ୍ତି । ରୂପାଦ୍ୱାର ଛାଉଣୀରେ ୧୩୪୫ କେଜି ରୂପା ଦାନସୂତ୍ରରେ ମିଳିଛି । ତେବେ ପ୍ରାୟ ଟନ ରୂପା ବ୍ୟବହୃତ ହେବ । ପରୀକ୍ଷାମୂଳକ ଭାବେ ତିନିଦ୍ୱାର ରୁପା ଛାଉଣୀ ସରିବା ପରେ କଳାହାଟ ଓ ଅନ୍ୟ ୪ ପାର୍ଶ୍ୱଦେବଦେବୀ ମନ୍ଦିରର ରୁପା ଛାଉଣୀ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.