Below header

‘ଏଠାରୁ ହୋଇସାରିଛି ଚୋରି’: ଏହି ଅଞ୍ଚଳର ଲୋକେ ଚୋରଙ୍କ ପାଇଁ ଲେଖିଲେ ଏଭଳି ଅଜବ ମେସେଜ, ଜାଣନ୍ତୁ ପୂରା ମାମଲା

ଝାଡ଼ଖଣ୍ଡ ରାଞ୍ଚିର ଉପାନ୍ତ ଅଞ୍ଚଳରେ ରହୁଥିବା ଲୋକେ ନିଜ ଘରୁ ବାରମ୍ବାର ଚୋରି ପରେ ଭୟଭୀତ ହୋଇପଡ଼ିଛନ୍ତି। କିଛି ନିବାସୀ ନିଜ ଘର କାନ୍ଥରେ ନୋଟିସ ବି ଲଗାଇ ଦେଇଛନ୍ତି କି, ‘ଏହି ଘରେ ପୂର୍ବରୁ ହିଁ ଚୋରି ହୋଇସାରିଛି। ଅଯଥାରେ ପରିଶ୍ରମ ଏବଂ ସମୟ ବର୍ବାଦ କରନାହିଁ’। ରାଞ୍ଚିର ପୁଡାଙ୍ଗ ଅଞ୍ଚଳରେ ପାଞ୍ଚରୁ ଅଧିକ ଘରେ ଏହି ପ୍ରକାରର ନୋଟିସ ଲଗାଯାଇଛି।

ଖବର ମୁତାବକ, ନୋଟିସ ଲଗାଇଥିବା ଲୋକଙ୍କ କହିବା ହେଲା, ଚୋରି ରୋକିବାରେ ପୋଲିସର ପ୍ରୟାସ ବ୍ୟର୍ଥ। ଆମେ ପୋଲିସରେ ଅଭିଯୋଗ କରିଥିଲୁ। କିନ୍ତୁ ପୋଲିସକୁ ଏହି ଅଞ୍ଚଳରୁ କୌଣସି ବି ସଫଳତା ମିଳି ନ ଥିଲା। ସ୍ଥାନୀୟ ଜଣେ ମହିଳା କହିଛନ୍ତି, ମୋ ଘରୁ ମାସରେ ଦୁଇଥର ଚୋରି ହେଲାଣି। ଦ୍ୱିତୀୟ ଥର ଚୋରି ସମୟରେ ଚୋର ଦେଢ଼ ଲକ୍ଷ ଟଙ୍କାର ଅଳଙ୍କାର ନେଇଯାଇଛି।

ସେହିପରି ଅନ୍ୟ ଜଣେ ନିବାସୀ କହିଥିଲେ, ଗତ ଶନିବାର ମୋ ପରିବାର ମୋ ଶ୍ୱଶୁର ଘରକୁ ଯାଇଥିଲେ। ସେହି ରାତିରେ ସମସ୍ତେ ସେଠାରେ ରହି ଯାଇଥିଲେ, ଯାହାର ସୁଯୋଗ ନେଇ ଚୋର ଘରେ କଳା କନା ବୁଲାଇ ଦେଇଥିଲା। ରବିବାର ସକାଳେ ଏ ନେଇ ଆମ ପଡ଼ୋଶୀ ଆମକୁ ଖବର ଦେଇଥିଲେ। ଚୋର ଆମ ଘରୁ ୨ ଲକ୍ଷ ଟଙ୍କା ସହ ୧ ଲକ୍ଷ ଟଙ୍କାର ଅଳଙ୍କାର ଚୋରି କରି ନେଇଛି।

ସଞ୍ଜୀବ ଖାନ୍ନା ନାମକ ବ୍ୟକ୍ତି କହିଛନ୍ତି, ଆମ ଘରୁ ଦୁଇ ଦୁଇଥର ଚୋରି ହୋଇସାରିଛି। ଆମେ ଚୋରଙ୍କୁ ଭଗାଇବା ପାଇଁ ଏମିତି ମେସେଜ ଲେଖିବାକୁ ବାଧ୍ୟ ହେଉଛୁ। କାହିଁକି ନା, ଆମ ଘରେ ଆଉ କିଛି ବି ଜିନିଷ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.