Below header

ଗୋଟିଏ ବାଲ୍‌ଟି ପାଇଁ ଦୁଇ ରାଜ୍ୟ ମଧ୍ୟରେ ହୋଇଥିଲା ଭୀଷଣ ଯୁଦ୍ଧ, ପ୍ରାଣ ହରାଇଥିଲେ ୨୦୦୦ ସୈନିକ! ଜାଣନ୍ତୁ ଘଟଣା ପଛର ରହସ୍ୟ

ବିଶ୍ୱରେ ଗୋଟିଏ ପରେ ଗୋଟିଏ ଭୟଙ୍କର ଯୁଦ୍ଧ ସଂଗଠିତ ହୋଇଛି, ଯେଉଁଥିରେ ଲକ୍ଷ ଲକ୍ଷ ଲୋକଙ୍କ ପ୍ରାଣ ଯାଇଛି। ସେଥିମଧ୍ୟରୁ ଅଧିକାଂଶ ଯୁଦ୍ଧ ପଛରେ ଗୋଟିଏ ହିଁ ଉଦ୍ଦେଶ୍ୟ ଥିଲା ଯେ ସେହି ରାଜ୍ୟକୁ କବ୍‌ଜା କରିବା। କିନ୍ତୁ ଆଜକୁ ପ୍ରାୟ ୬୨୫ ବର୍ଷ ପୂର୍ବେ ଏମିତି ଏକ ଯୁଦ୍ଧ ହୋଇଥିଲା, ଯାହାର କାରଣ ଥିଲା କେବଳ ଗୋଟିଏ ବାଲ୍‌ଟି। ଆପଣଙ୍କୁ ଜାଣି ଆଶ୍ଚଯ୍ୟର୍ ଲାଗିବ ଯେ ଏହି ଯୁଦ୍ଧରେ ୨୦୦୦ରୁ ଅଧିକ ସୈନିକ ମୃତ୍ୟୁବରଣ କରିଥିଲେ।

a2

ଏହି ଐତିହାସିକ ଘଟଣା ଘଟିଥିଲା ୧୩୨୫ ମସିହାରେ। ସେହି ସମୟରେ ଇଟାଲିରେ ଧାର୍ମିକ ବିବାଦ ବହୁତ ବଢ଼ିଯାଇଥିଲା। ଦେଶର ଦୁଇଟି ରାଜ୍ୟ ବୋଲୋଗ୍ନା ଓ ମୋଡେନା ମଧ୍ୟରେ ପ୍ରାୟ ସମୟରେ ଯୁଦ୍ଧ ଲାଗିରହୁଥିଲା। କାରଣ, ବୋଲୋଗ୍ନାକୁ ଇସାଇ ଧର୍ମଗୁରୁ ପୋପ୍‌ଙ୍କ ସମର୍ଥନ ମିଳିଥିବା ବେଳେ ମୋଡେନାକୁ ରୋମାନ୍‌ ସମ୍ରାଟ ସମର୍ଥନ କରୁଥିଲେ। ବୋଲୋଗ୍ନାର ଲୋକଙ୍କ ବିଶ୍ୱାସ ଥିଲା ଯେ ପୋପ୍‌ ହିଁ ଇସାଇ ଧର୍ମର ପ୍ରକୃତ ଗୁରୁ। ଆଉ ସେପେଟ ରୋମାନ୍‌ ସମ୍ରାଟଙ୍କୁ ଅସଲି ଗୁରୁ ମାନୁଥିଲେ ମୋଡେନାର ବାସିନ୍ଦା।

as

ଏହାପୂର୍ବରୁ ବର୍ଷ ୧୨୯୬ରେ ମଧ୍ୟ ବୋଲୋଗ୍ନା ଓ ମୋଡେନା ମଧ୍ୟରେ ଏକ ଯୁଦ୍ଧ ହୋଇସାରିଥିଲା। ଏହାପରଠୁ ଦୁଇଟି ରାଜ୍ୟ ମଧ୍ୟରେ ବିବାଦ ମୁଣ୍ଡ ଟେକିଥିଲା। କୁହାଯାଏ କି, ରିନାଲ୍ଡୋ ବୋନାକୋଲ୍ସିଙ୍କ ଶାସନକାଳରେ ମୋଡେନା ଅଧିକ ଆକ୍ରମଣାତ୍ମକ ହୋଇଯାଇଥିଲା ଏବଂ ସବୁବେଳେ ବୋଲୋଗ୍ନା ଉପରେ ଆକ୍ରମଣ କରୁଥିଲା। ବୋଲୋଗ୍ନା ଓ ମୋଡେନା ମଧ୍ୟରେ ଉପୁଜିଥିବା ଏହି ବିବାଦ ଧୀରେ ଧୀରେ ଯୁଦ୍ଧର ରୂପ ନେଇଥିଲା। ୧୩୨୫ରେ ମୋଡେନାର କିଛି ସୈନିକ ଲୁଚିକି ବୋଲୋଗ୍ନାର ଏକ କିଲ୍ଲା ଭିତରକୁ ପଶିଯାଇଥିଲେ ଏବଂ ସେଠାରୁ ବାଉଁଶର ଏକ ବାଲ୍‌ଟି ଚୋରାଇ ନେଇଥିଲେ।
କୁହାଯାଏ, ସେହି ବାଲ୍‌ଟି ହୀରା ଏବଂ ରତ୍ନ ଅଳଙ୍କାରରେ ଭରପୂର ଥିଲା। ଯେତେବେଳେ ଏହି ଘଟଣା ବିଷୟରେ ବୋଲୋଗ୍ନାର ସେନାକୁ ଜଣାପଡ଼ିଥିଲା, ସେମାନେ ମୋଡେନାରୁ ଏହାକୁ ଫେରିବା ଦେବାକୁ କହିଥିଲେ। କିନ୍ତୁ ମୋଡେନା ବାଲ୍‌ଟି ଫେରାଇବାକୁ ସଫା ମନା କରିଦେଇଥିଲା। ଏହାପରେ ବୋଲୋଗ୍ନା, ମୋଡେନା ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା।

ff

ବୋଲୋଗ୍ନାରେ ସେହି ସମୟରେ ୩୨ ହଜାର ସୈନିକ ଥିବା ବେଳେ ମୋଡେନା ପାଖରେ କେବଳ ୭ ହଜାର ସୈନିକ ଥିଲେ। ଦୁଇ ରାଜ୍ୟ ମଧ୍ୟରେ ସକାଳୁ ସକାଳୁ ଯୁଦ୍ଧ ଆରମ୍ଭ ହୋଇ ରାତି ପଯ୍ୟର୍ନ୍ତ ଚାଲିଥିଲା। କିନ୍ତୁ ସବୁଠାରୁ ଆଶ୍ଚଯ୍ୟର୍ର କଥା, କମ୍‌ ସୈନିକ ଥିବା ସତ୍ତ୍ୱେ ଯୁଦ୍ଧରେ ବିଜୟୀ ହୋଇଥିଲା ମୋଡେନା ଏବଂ ଯୁଦ୍ଧରେ ୨ ହଜାରରୁ ଅଧିକ ସୈନିକ ମରିଯାଇଥିଲେ। ବୋଲୋଗ୍ନା ଓ ମୋଡେନା ମଧ୍ୟରେ ହୋଇଥିବା ଏହି ଯୁଦ୍ଧକୁ ‘ଓ୍ଵାର୍‌ ଅଫ୍‌ ଦ ବକେଟ୍‌’ ଏବଂ ‘ଓ୍ଵାର୍‌ ଅଫ୍‌ ଦ ଅକେନ୍‌ ବକେଟ୍‌’ ନାଁରେ ଜଣାଯାଇଥାଏ। ଆଜି ବି ସେହି ବାଲ୍‌ଟି ଏକ ମ୍ୟୁଜିୟମ୍‌ରେ ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.