ଗୁଣି ସନ୍ଦେହରେ ପୁଣି ହତ୍ୟା, ଜଙ୍ଗଲରୁ ସ୍ୱାମୀ-ସ୍ତ୍ରୀଙ୍କ ମୃତ ଦେହ ଉଦ୍ଧାର

ମୋହନା(କେନ୍ୟୁଜ୍‌): ଗଜପତି ଜିଲ୍ଲା ମୋହନା ଥାନା କର୍ଚ୍ଚବାଡି ପଞ୍ଚାୟତର ଗପଟିମା ଗ୍ରାମରେ ଗୁଣି କରୁଥିବା ସନ୍ଦେହରେ ସ୍ୱାମୀ-ସ୍ତ୍ରୀଙ୍କୁ ବିବଛ ଭାବେ ହତ୍ୟା କରାଯାଇଛି। ଗ୍ରାମ ନିକଟସ୍ଥ କୁଡିମା ଜଙ୍ଗଲରୁ ଉଭୟଙ୍କ ମୃତ ଦେହ ଜବତ କରାଯାଇଛି। ରିପୋର୍ଟ ଅନୁଯାୟୀ ମୃତକ ସେହି ଗ୍ରାମର ପଟ୍ର ମଲ୍ଲିକ ଏବଂ ସ୍ତ୍ରୀ ସବିତା ମଲ୍ଳିକ। ଗୁଣି ସନ୍ଦେହରେ ସେମାନଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ପଟ୍ରଙ୍କ ଛାତିରେ ଧାରୁଆ ଅସ୍ତ୍ରରେ ବାରମ୍ବାର ଆଘାତ କରାଯାଇଥିବା ବେଳେ ସବିତାଙ୍କ ଗଳାକାଟି ହତ୍ୟା କରାଯାଇଛି। ହତ୍ୟା ପରେ ଉଭୟଙ୍କ କ୍ଷତ ସ୍ଥାନରେ ଲଙ୍କାଗୁଣ୍ଡ ଢଳା ଯାଇଛି। ସୂଚନା ଅନୁଯାୟୀ ବର୍ତ୍ତମାନ ପୋଲିସ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.