ଆଜିଠାରୁ ଆରମ୍ଭ ହେଉଛି NTA UGC NET June 2020 ଆବେଦନ, ଜାଣି ରଖନ୍ତୁ ରେଜିଷ୍ଟ୍ରେସନ ପ୍ରକ୍ରିୟା

ରାଷ୍ଟ୍ରିୟ ପରୀକ୍ଷଣ ଏଜେନ୍ସି ବା (ଏନଟିଏ) ୟୁଜିସି ନେଟ ଜୁନ ପରୀକ୍ଷା ୨୦୨୦ ପାଇଁ ଆବେଦନ ପ୍ରକ୍ରିୟା ଆଜିଠୁ ଅର୍ଥାତ ମାର୍ଚ୍ଚ ୧୬ ତାରିଖରୁ ଆରମ୍ଭ ହୋଇଯାଇଛି । ଏଥି ପାଇଁ ଇଛୁକ ଥିବା ପ୍ରାର୍ଥୀ ମନେ ଅଫିସିଆଲ ୱେବସାଇଟ nta.ac.in ବା  ntanet.nic.in  ଯାଇ ଅନଲାଇନ ଜରିଆରେ ଆବେଦନ କରିପାରିବେ । ଚଳିତ ବର୍ଷ ଏନଟିଏର ଏହି ପରୀକ୍ଷା ଆସନ୍ତା ୧୫ ରୁ ୨୦ ତାରିଖ ଭିତରେ ହିଁ ଆୟୋଜିତ ହେବ ବୋଲି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ନେଟ ପରୀକ୍ଷା ଆସିଷ୍ଟାଣ୍ଟ ପ୍ରଫେସର ପାଦ ବା ଜୁନିଅର ରିସର୍ଚ ଫେଲୋସିପ ବା ଉଭୟ ପାଇଁ ଆବେଦନ କରିପାରିବେ । ଯେଆରଏଫ କ୍ଲିୟର କରିବା ପରେ ଛାତ୍ର ବୃତ୍ତି ପାଇବା ପାଇଁ ଆବେଦନ କରିପାରିବେ । ତେବେ ଆସନ୍ତୁ ଜାଣିବେ କେମିତି କରିବେ ଆବେଦନ:

୧: ପ୍ରଥମେ ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।

୨. ଏବେ ୟୁଜିସି ନେଟ ଜୁନ ୨୦୨୦ ରେଜିଷ୍ଟ୍ରେସନ ଲିଙ୍କ ଉପରେ କ୍ଲିକ କରନ୍ତୁ ।

 

Image result for ugc net 2020

୩. ଆପଣଙ୍କୁ ନୂଆ ପେଜରେ ରିଡ଼ଏକତାର କରି ଦିଆଯିବ ।

୪. ଏବେ ନିଜ ରେଜିଷ୍ଟ୍ରେସନ ନମ୍ବର ଉପଯୋଗ କରି ଲଗ ଇନ କରନ୍ତୁ ।

୫. ଏବେ ଫର୍ମ ଭରନ୍ତୁ ଓ ଫଟୋ ଅପଲୋଡ଼ କରନ୍ତୁ ।

୬. ଏବେ ଆପ୍ଲିକେସନ ଫିସ ଭରନ୍ତୁ ଓ ଫାଇନାଲ ସର୍ବମିଟ କରନ୍ତୁ ।

ସୂଚନା ଦେବା ଯୋଗ୍ୟଯେ ଆସନ୍ତା ମାର୍ଚ୍ଚ ୧୬ ରୁ ଏପ୍ରିଲ୧୬ ତାରିଖ ପର୍ଯ୍ୟନ୍ତ ଆବେଦନ ନିମନ୍ତେ ସମୟ ସୀମା ରହିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.