Below header

ମାସ୍କକୁ ଏମିତି ଲଗାଇ ବସିଥିଲେ ଯୁବକ, ଆନନ୍ଦ ମହିନ୍ଦ୍ରା କହିଲେ, ‘ଏହି ଯୁଗାଡ ପ୍ରଶଂସାଯୋଗ୍ଯ ନୁହେଁ’

ଦେଶର ଜଣାଶୁଣା ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡ଼ିଆରେ ବେଶ୍ ସକ୍ରିୟ ରୁହନ୍ତି। ସୋସିଆଲ ମିଡ଼ିଆ ସାହାଯ୍ୟରେ ସେ ସବୁବେଳେ ଦେଶର ସାଧାରଣ ଲୋକଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରତିଭାକୁ ଦୁନିଆ ସାମ୍ନାକୁ ଆଣିଥାନ୍ତି। ଭାରତୀୟଙ୍କ ଟ୍ଯାଲେଣ୍ଟ ବିଷୟରେ ସବୁବେଳେ ଆନନ୍ଦ ମହିନ୍ଦ୍ରାଙ୍କ ପୋଷ୍ଟରୁ ଜଣାପଡିଥାଏ। କିନ୍ତୁ ଏଥର ଆନନ୍ଦ ମହିନ୍ଦ୍ରା ଅଲଗା କିଛି ପୋଷ୍ଟ କରିଛନ୍ତି ଯାହା ତାଙ୍କୁ ଚିନ୍ତିତ କରିଛି।

ଆନନ୍ଦ ମହିନ୍ଦ୍ରା ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଜଣେ ଯୁବକ ଟ୍ରେନରେ ଶୋଇଥିବା ନଜର ଆସିଛନ୍ତି। ଶୋଇଥିବା ବେଳେ ଯୁବକ ଜଣକ ମାସ୍କ ନିଜ ଆଖି ଉପରେ ଲଗାଇଛନ୍ତି। ଯୁବକଙ୍କ ଫଟୋ ପୋଷ୍ଟ କରି ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି, ‘‘ମୁମ୍ବାଇରେ ଲଗାତାର ବୃଦ୍ଧି ପାଉଥିବା କରୋନା ମାମଲାର କାରଣ ଯଦି ଆପଣ ଖୋଜୁଛନ୍ତି…..(ଏହା ଏମିତି ଏକ ଯୁଗାଡ ଯାହା କୌଣସି ପ୍ରକାର ପ୍ରଶଂସାର ଯୋଗ୍ୟ ନୁହେଁ)” ।


ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ କରୋନା ମାମଲା ଲଗାତାର ବଢ଼ିବାରେ ଲାଗିଛି। ମାମଲା ବୃଦ୍ଧି ପାଉଥିବା ଦେଖି କରୋନା ନିୟମ ପାଳନ କରୁନଥିବା ଲୋକଙ୍କ ବିରୋଧରେ ବିଏମସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ମହାରାଷ୍ଟ୍ରରେ ପ୍ରତିଦିନ ୫ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସୁଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଚେତାବନୀ ଦେଇଛନ୍ତି ଯେ, ଯଦି ମାମଲା କମ ନ ହୁଏ ତାହେଲେ ପୁଣି ଲକଡାଉନ ଲାଗୁ କରାଯାଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.