ସୁନ୍ଦରଗଡ଼ ବଡ଼ଗାଁ ପୋଷ୍ଟ ଅଫିସ ନିକଟରେ ସୁନା ବ୍ୟବସାୟୀଙ୍କୁ ଗୁଳି ମାଡ, ଗୁରୁତର ଅବସ୍ଥାରେ ରାଉରକେଲା IGHରେ ଭର୍ତ୍ତି
ସୁନ୍ଦରଗଡ଼ : ସୁନା ବ୍ୟବସାୟୀଙ୍କୁ ଗୁଳି। ସୁନ୍ଦରଗଡ଼ ବଡ଼ଗାଁ ପୋଷ୍ଟ ଅଫିସ ନିକଟରେ ସୁନା ଦୋକାନୀ ରୋହିତ ବର୍ମାଙ୍କୁ ସ୍ପଷ୍ଟ ଦିବାଲୋକରେ ଗୁଳି ମାଡ। ଗୁରୁତର ଅବସ୍ଥାରେ ରାଉରକେଲା IGHରେ ଭର୍ତ୍ତି କରାଯାଇଛି। ତାଙ୍କ ଛାତି ଓ ମୁଣ୍ଡରେ ଗୁଳି ବାଜିଛି।
ପୋଷ୍ଟ ଅଫିସ ନିକଟରେ ଥିବା ମଙ୍ଗଳା ଜୁଏଲାରୀ ମାଲିକ ରୋହିତ ବର୍ମା ସକାଳେ ଦୋକାନ ଖୋଲି ବାହାରେ ଛିଡା ହୋଇଥିବାବେଳେ ୩ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ଗୁଳି ମାଡ କରି ଫେରାର ହୋଇଯାଇଥିଲେ। ରୋହିତଙ୍କୁ ବଞ୍ଚାଇବାକୁ ଯାଇ ସରୋଜ ଦାଶ ନାମକ ଜଣେ ଯୁବକ ମଧ୍ୟ ଗୁଳିମାଡର ଶୀକାର ହୋଇଛନ୍ତି। ଗୁଳିମାଡର କାରଣ ଜଣାପଡିନଥିବାବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ଘଟଣା ସ୍ଥଳରୁ ପୋଲିସ ଏକ ବନ୍ଧୁକ ଜବତ କରିଛି।