ବୁର୍ଲା ଭିସୁଟ୍ ଛାତ୍ରାବାସରେ ଲାଗିଲା ବ୍ୟାରିକେଡ୍, ୧୧ଟି ହଷ୍ଟେଲକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
![campus](https://knewsodisha.com/wp-content/uploads/2021/03/campus.jpg)
ସମ୍ବଲପୁର: ବୁର୍ଲା ଭିସୁଟ୍ ଛାତ୍ରାବାସରେ ଲାଗିଲା ବ୍ୟାରିକେଡ୍। ଜିଲ୍ଲା ପ୍ରଶାସନ ପକ୍ଷରୁ ଭିସୁଟ୍ର ସମସ୍ତ ଛାତ୍ରାବାସ ମୁଖ୍ୟ ଫାଟକରେ ବାଉଁଶ ବ୍ୟାରିକେଡ୍ କରାଯାଇଛି। ଛାତ୍ରଛାତ୍ରୀ ମାନଙ୍କୁ ହଷ୍ଟେଲ ନଛାଡିବାକୁ ପରାମର୍ଶ ଦିଆଯାଇଛି। ଅନେକ ଛାତ୍ରଛାତ୍ରୀ ସଂକ୍ରମିତ ହେବା ପରେ ଭିସୁଟ୍ର ୧୧ଟି ହଷ୍ଟେଲକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏହାସହ ବୁର୍ଲା ପ୍ରବେଶ ପଛ ପିସି ବ୍ରିଜ ଠାରୁ ଫାଣ୍ଡି ଛକ ପର୍ଯ୍ୟନ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ମଧ୍ୟରେ ରଖାଯାଇଛି।
ଆଜି ବିଶ୍ୱବିଦ୍ୟାଳୟ ଶେଷବର୍ଷ ଛାତ୍ରଛାତ୍ରୀମାନଙ୍କର ହେବାକୁ ଥିବା ପରୀକ୍ଷା ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶନାମା ଆସିବା ଯାଏଁ ଶେଷବର୍ଷ ପରୀକ୍ଷା ସ୍ଥଗିତ ରହିଛି । ଅଫ୍ଲାଇନ୍ ବଦଳରେ ଅନ୍ଲାଇନ୍ ପରୀକ୍ଷା କରିବା ଓ ସ୍ୱାଭାବିକ୍ ସ୍ଥିତି ନହେବା ପର୍ଯ୍ୟନ୍ତ ପରୀକ୍ଷା ଘୁଞ୍ଚାଇବା ପାଇଁ ଅଭିଭାବକମାନେ ଦାବି କରିଛନ୍ତି । ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ କହିଛନ୍ତି, ଭିସୁଟ୍ରେ କେତେ ଜଣ ଛାତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି ତାହା ଏବେ କହି ହେବ ନାହିଁ । ଏହା କରୋନା ଭୂତାଣୁର ନୂଆ ଷ୍ଟ୍ରେନ କି ନୁହଁ ତାହା ଜାଣିବା ପାଇଁ ପୁଣେ ପଠାଯିବ ।