Below header

ମା’ଙ୍କର ଅଦ୍ଭୁତ ମନ୍ଦିର, ଯେଉଁଠି ଭକ୍ତଙ୍କର ଚକ୍ଷୁକୁ ନେଇ ସବୁ ସମସ୍ୟାର ନିବାରଣ ନିଜେ କରିଥାନ୍ତି ଦେବୀ ମା’

ଆପଣ ଭାରତରେ ଦେବୀ ମା’ଙ୍କର ବହୁତ ଚମତ୍କାର କଥା ଶୁଣିଥିବେ ଏବଂ ଦେଖିଥିବେ ମଧ୍ୟ। ଦେବୀ ମା’ଙ୍କର ଚମତ୍କାର ପାଇଁ ଦେବୀ ମନ୍ଦିରରେ ଭକ୍ତଙ୍କ ଭିଡ ଲାଗିଥାଏ। ଆଜି ଆମେ ଆପଣଙ୍କୁ ଦେବୀ ମା’ଙ୍କର ଏମିତି ଏକ ଚମତ୍କାରୀ ମନ୍ଦିର ବିଷୟରେ ଜଣାଇବାକୁ ଯାଉଛୁ, ଯାହାକୁ ଶୁଣିଲା ପରେ ଦେବୀମା’ଙ୍କ ପ୍ରତି ଆପଣଙ୍କର ଭକ୍ତି ଏବଂ ଶ୍ରଦ୍ଧା ଆହୁରୀ ଅଧିକ ବଢ଼ିଯିବ।

ଦେବୀ ମା’ଙ୍କର ଏହି ପ୍ରସିଦ୍ଧ ମନ୍ଦିର ବିହାରରେ ଅବସ୍ଥିତ ଅଟେ। କୁହାଯାଏ ଯେ ଏଠାକୁ ଆସୁଥିବା ଭକ୍ତଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଯାଇଥାଏ।

chandika temleଏହି ମନ୍ଦିରର ଚମତ୍କାରିତା ଏହା ହେଉଛି ଯେ ଏଠାକୁ ଆସୁଥିବା ଭକ୍ତ ଯଦି ମନ୍ଦିରରେ ନିଜର ଆଖିରେ କାଜଲ ଳଗାଇ ଦିଅନ୍ତି ତେବେ ତାଙ୍କ ଆଖିକୁ ଜଡିତ ସମସ୍ତ ସମସ୍ୟାର ସମାଧାନ ଦେବୀଙ୍କର ଦର୍ଶନ ମାତ୍ରକେ ହିଁ ହୋଇଯାଇଥାଏ।

ବିହାର ଳୋକଙ୍କ କହିବାନୁଯାୟୀ ଏହି ମନ୍ଦିର ଯେଉଁ ସ୍ଥାନରେ ଅବସ୍ଥିତ ସେହି ସ୍ଥାନରେ ମାତା ପାର୍ବତୀଙ୍କର ଗୋଟିଏ ଆଖୀ ଖସି ପଡିଥିଲା। ସେହି କାରଣରୁ ସେଠାକୁ ଅସୁଥିବା ସମସ୍ତ ଭକ୍ତଙ୍କର ଚକ୍ଷୁ ସମସ୍ୟା ମାତା ପାର୍ବତୀ ଦୂର କରିଦେଇଥାନ୍ତି।

ଏହା ସହ ପଢ଼ନ୍ତୁ : ଚ୍ଛିନ୍ନମସ୍ତା ମା ପୁରୁଣେଇଁ ଠାକୁରାଣୀ, ମାନସିକ ରଖି ଅଧିଆ ପଡିଲେ ପୂର୍ଣ୍ଣ ହୁଏ ମନସ୍କାମନା

ଏହି ମନ୍ଦିରକୁ ମା’ ଚଣ୍ଡିକା ନାମରେ ଜଣାଯାଇଥାଏ। ମନ୍ଦିରର ମୁଖ୍ୟ ପୂଜାରୀ ନନ୍ଦନ ବାବାଙ୍କ ଠାରୁ ଯେତେବେଳେ ଏହି ମନ୍ଦିର ବିଷୟରେ ପ୍ରଶ୍ନ କରାଗଲା ତେବେ ସେ କହିଥିଲେ ଯେ ନବରାତ୍ରୀରେ ଏଠାରେ ଭକ୍ତଙ୍କର ବହୁତ ଭୀଡ ହୋଇଥାଏ।

mata deviଏହି କାରଣରୁ ସକାଳ ୩ଟାରୁ ହିଁ ମାତାଙ୍କ ପହଡ ଖୋଲି ଯାଇଥାଏ ଏବଂ ପୂଜା ଆରମ୍ଭ ହୋଇଯାଇଥାଏ। ମାତା ଚଣ୍ଡିକାଙ୍କର ଏହି ବିଶେଷ ପୂଜାର ଆୟୋଜନ ଅଷ୍ଟମୀରେ କରାଯାଇଥାଏ। ଯେଉଁଥିରେ ହଜାର ହଜାର ସଂଖ୍ୟାର ଭକ୍ତଙ୍କ ଭିଡ ଜମିଥାଏ। ମା’ଙ୍କୁ ଭକ୍ତି ଭାବରେ ପୂଜା କରିଥାନ୍ତି।

ଏହି ମନ୍ଦିରର କୌଣସି ପ୍ରାମାଣିକ ଇତିହାସ ନାହିଁ, କିନ୍ତୁ ଏହି ମନ୍ଦିରରେ ଜଡିତ ଅନେକ ଅଜଣା କାହାଣୀ ରହିଛି। ଏହି ମନ୍ଦିରକୁ ବହୁତ ଦେଶ-ବିଦେଶରୁ ଭକ୍ତମାନେ ଦର୍ଶନ କରିବାକୁ ଆସିଥାନ୍ତି।

ଏହି ମନ୍ଦିରରେ ମହାଭାରତକୁ ନେଇ ଅନେକ କାହାଣୀ ରହିଛି। କାରଣ ଏହା ସତ ଯେ ଏଠାରେ ମା’ ଚଣ୍ଡିକା ନିଜର ଭକ୍ତଙ୍କର ଆଖିକୁ ଜଡିତ ଥିବା ସବୁ ସମସ୍ୟାା ନିବାରଣ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.