Below header

କୁନି ପୁଅଟି କୁକୁଡ଼ାକୁ ଏମିତି କଲା ଆଲିଙ୍ଗନ, Video ଦେଖି ଲୋକେ କହିଲେ, ‘ଦିନଟି ଆମର ବଢ଼ିଆରେ କଟିଗଲା’

କିଛି ଭିଡ଼ିଓ ଆମ ମନକୁ ଛୁଇଁଯାଇଥାଏ। ଏହି ଭିଡ଼ିଓ ବି ଆପଣଙ୍କ ମନକୁ ନିଶ୍ଚୟ ଛୁଇଁବ। ବିଶେଷ କରି କୁନି କୁନି ପିଲାମାନେ କୁକୁର, ବିଲେଇ, ଛେଳି, ଗାଈ ଆଦି ପ୍ରାଣୀଙ୍କ ସହ ଖେଳୁଥିବାର ଆପଣ ଦେଖିଥିବେ। କିନ୍ତୁ କେବେ କୌଣସି ପିଲା କୁକୁଡ଼ାକୁ ଆଲିଙ୍ଗନ କରୁଥିବାର ଦେଖିଛନ୍ତି। ତେଣୁ ଏଭଳି ଏକ ଭିଡ଼ିଓ ଲୋକଙ୍କ ମନ କିଣିନେଇଛି।

huhui

ଏହି ସୁନ୍ଦର ଭିଡ଼ିଓକୁ ଟୁଇଟର ୟୁଜର Simon BRFC Hopkins ସେୟାର କରିଛନ୍ତି। ଏଥିରେ ସେ କ୍ୟାପସନ ଲେଖିଛନ୍ତି, ‘ମଣିଷର ଭଲ ପାଇବା’। ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି କି, ଏକ କୁନି ପୁଅ ହାତ ମେଲା କରିଦେଉଛି। ଏକ ଧଳା କୁକୁଡ଼ା ଦୌଡ଼ି ଆସି ତା’ ବାହୁରେ ମୁଁହ ରଖି ଶୋଇଯାଉଛି। ଭିଡ଼ିଓ ଦେଖି ଲୋକେ ଏହାର ମଜା ନେବା ସହିତ ଖୁବ ପସନ୍ଦ ମଧ୍ୟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.