ବହୁପ୍ରତୀକ୍ଷିତ ଫିଲ୍ମ RRRରେ ଜୁନିୟର ଏନଟିଆରଙ୍କ ଫାଷ୍ଟ ଲୁକ ହେଲା ରିଲିଜ, ଭିଡିଓ ଦେଖି ଏପରି ରିଆକସନ ଦେଲେ ଅଜୟ ଦେବଗନ

ବାହୁବଲୀ ଫେମ ଡାଇରେକ୍ଟର ଏସଏସ ରାଜାମୌଲୀଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ଆରଆରଆର (RRR)ରେ ଜୁନିୟର ଏନଟିଆରଙ୍କ ପ୍ରଥମ ଲୁକ କେମିତି ରହିବ ତାହା ଉପରେ ପରଦା ଉଠିଯାଇଛି। ଜୁନିୟର ଏନଟିଆରଙ୍କ ଲୁକ ଏବେ ସାମ୍ନାକୁ ଆସିଛି। ଏହି ଫିଲ୍ମରେ ଜୁନିୟର ଏନଟିଆରଙ୍କ ଫାଷ୍ଟ ଲୁକକୁ ରିଲିଜ କରିଦିଆଯାଇଛି।

ୟୁଟ୍ୟୁବରେ ଏହି ଭିଡିଓ କ୍ଲିପ ଏକଦମ୍‌ ଧମାକା କରିଦେଇଛି। ଭିଡିଓ ଏହା ଦେଖିବାକୁ ମିଳୁଛି ଯେ ଜୁନିୟର ଏନଟିଆରଙ୍କ ଜବରଦସ୍ତ ଅନ୍ଦାଜ ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସୁଛି। ଏଥିରେ ଜୁନିୟର ଏନଟିଆରଙ୍କ ନାମ ଭୀମ ରଖାଯାଇଛି। ଏହି ଜବରଦସ୍ତ ଭିଡିଓକୁ ଦେଖି ଅଜୟ ଦେବଗନ ନିଜ ପ୍ରତିକ୍ରୀୟା ଦେଇଛନ୍ତି।

ଟ୍ରିପଲ ଆରରେ ଜୁନିୟର ଏନଟିଆରଙ୍କ ଲୁକକୁ ଅଜୟ ଦେବଗନ ନିଜର ଅଫିସିଆଲ ଟ୍ଵିଟର ହ୍ୟାଣ୍ଡେଲେ ସେୟାର କରିଛନ୍ତି। ଆଉ ଲେଖିଛନ୍ତି, ‘ଭୀମ ବିଷୟରେ ବତାଇବା ପାଇଁ ଆମର ରାମାରାଜୁ ଠାରୁ ଭଲ ଆଉ କିଏ ହୋଇପାରିବ। ଆପଣଙ୍କ ସାମ୍ନାରେ ଭୀମଙ୍କ ପରିଚୟ ଦେଉଛୁ। ଅଜୟ ଦେବଗନ ଏପରି ଭାବରେ କ୍ୟାପସନ ଲେଖି ନିଜ ରିୟାକସନ ଦେଇଛନ୍ତି। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଜୁନିଅର ଏନଟିଆରଙ୍କ ପୂର୍ବ ରୁ ରାମଚରଣଙ୍କ ଲୁକ ମଧ୍ୟ ରିଲିଜ୍‌ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.