Below header

କାମ ସନ୍ଧାନରେ ଯାଇ ହଜିଗଲା ଭେଣ୍ଡିଆ ପୁଅ, ଉଦ୍ଧାର କରି ମା’ ପାଖରେ ପହଞ୍ଚାଇଲା ମାଲକାନଗିରି ପୋଲିସ

ମାଲକାନଗିରି(କେନ୍ୟୁଜ୍):  ମାଲକାନଗିରି ପୋଲିସର ମହାନତା । ହଜିଯାଇଥିବା ପୁଅକୁ ଖୋଜି ଆଣି ମା’ ପାଖରେ ଛଡିଲା ପୋଲିସ। ଖାଲି ଖୋଜି ଆଣିନାହିଁ ତାଙ୍କ ପରିବାର ପାଖକୁ ନିଜ ଖର୍ଚ୍ଚରେ ସ୍ୱତନ୍ତ୍ର ଗାଡି କରି ଘରକୁ ପଠାଇ ଦେଇଛି ମାଲକାନଗିରି ପୋଲିସ। ହଜିଯାଇଥିବା ପୁଅକୁ ଫେରି ପାଇବେ ବୋଲି ପରିବାର ଲୋକ କେବେ ସ୍ୱପ୍ନରେ ବି ମଧ୍ୟ ଭାବିନଥିଲେ। ଏବେ ପୁଅକୁ ପଇବା ପରେ ମାଲକାନଗିରି ପୋଲିସ ନିକଟକୁ ପ୍ରଶଂସାରେ ସୁଅ ଛୁଟୁଛି। ହଜି ଯାଇଥିବା ପୁଅ ସୁନ୍ଦର ଗୋପେକୁ ଛାଡିବାକୁ ଯାଇଥିବା ମାଲକାନଗିରି ଥାନାର ଦୁଇ କର୍ମଚାରୀଙ୍କୁ ଝାଡ଼ଖଣ୍ଡ ପୋଲିସ, ଗାଁ ଲୋକ ଏବଂ ପରିବାର ଲୋକ ଫୁଲମାଳ ପିନ୍ଧାଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ।

malkangiri police1

ସୂଚନା ମୁତାବକ ଦୁଇ ବର୍ଷ ତଳେ ଝାଡ଼ଖଣ୍ଡର ଏକ ଗରିବ ଘରର ପୁଅ କାମର ସନ୍ଧାନରେ ଘରୁ ଗୋଡ କାଢିଥିଲା। କନ୍ତୁ କାମ ଖୋଜୁ ଖୋଜୁ କେଉଁ ଆଡେନିଖୋଜ ହୋଇଗଲା ସୁନ୍ଦର। କିଛି ଦିନ ପରେ ମାଲକାନଗିରି ଜିଲ୍ଲା ସଦରମହକୁମାରେ ପୋଲିସର ରାତ୍ରିକାଳୀନ ପେଟ୍ରୋଲିଂ ବେଳେ ରାସ୍ତା କଡରୁ ଉଦ୍ଧାର ହୋଇଥିଲା ନିଖୋଜ ପୁଅ। ଉଦ୍ଧାର ପରେ ଜିଲ୍ଳା ପୋଲିସ୍ ଯୋଗାଯୋଗ କରି ଥିଲା ଝାଡ଼ଖଣ୍ଡର ପରିବାର ବର୍ଗକୁ। ପରେ ଭିଡିଓ କଲ୍ ପାଲଟିଲା ସଂଯୋଗର ସେତୁ। ଓଡିଶା ପୋଲିସକୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି। ଦୁଇ ବର୍ଷ ପରେ ମା’ ନିଜ ହଜିଲା ପୁଅ କୁ ପାଇଁ ବେଶ୍ ଖୁସିପ୍ରକଟ କରିଛନ୍ତି ସୁନ୍ଦର ଗୋପେଙ୍କ ମା’।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.