Below header

ଭଦ୍ରକ: ମହାସପ୍ତମୀରେ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେଲେ ଆଖଣ୍ଡଳମଣିଙ୍କ ମନ୍ଦିର ବେଢା ପ୍ରାଙ୍ଗଣରେ ଥିବା ମା ଜୟଦୂର୍ଗା

ଚାନ୍ଦବାଲି(କେନ୍ୟୁଜ୍):  ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିର ଆଖଣ୍ଡଳମଣିଙ୍କ ମନ୍ଦିର ବେଢା ପ୍ରାଙ୍ଗଣରେ ଥିବା ପୀଠଦେବୀ ମା ଜୟଦୁର୍ଗାଙ୍କର ପବିତ୍ର ମୂଳାଷ୍ଟମୀ ଠାରୁ ପାର୍ବଣ ପୂଜା ଚାଲିଥିବା ବେଳେ ଆଜି ମାଙ୍କ ପାଖରେ ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି । ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଚାଲିଛି। ପହଡ ଖୋଲିବା ପରେ ରୀତିନୀତି ଅନୁଯାୟୀ ମଙ୍ଗଳ ଆଳତୀ, ମାର୍ଜନା, ମହାସ୍ନାନ ଆଦି ସରିବା ପରେ ଅପରାହ୍ନରେ ମାଙ୍କୁ ମହାଲକ୍ଷ୍ମୀ ବେଶରେ ସଜ୍ଜିତ କରାଯାଇଥିଲା ।

ତେବେ ଚଳିତ ବର୍ଷ କରୋନା କଟକଣା ପାଇଁ ମାଙ୍କ ବେଶ ଦେଖିବାରୁ ବଞ୍ଚିତ ହୋଇଛନ୍ତି ଭକ୍ତମାନେ ।ସେହିପରି ବ୍ରାହ୍ମଣମାନଙ୍କ ଦ୍ବାରା କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ରଖିବା ସହିତ ସୀମିତ ସେବାକାରୀ ମାଙ୍କ ନିକଟରେ ଚଣ୍ଡିପାଠ ସହିତ ଅପରାଜିତା ମନ୍ତ୍ରରେ ପୂଜାର୍ଚ୍ଚନା କରାଯାଉଛି। ମାଙ୍କ ପାଖରେ ଷୋଡଶ ଉପଚାରରେ ପୂଜା କରାଯିବା ସହ ହୋମ, ଯଜ୍ଞ ଚାଲିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.