Below header

ଏଠି କ୍ଷୀର ବିକିବା ‘ପାପ’, କେହି ବି ପଡ଼ିପାରନ୍ତି ମୃତ୍ୟୁ ମୁଖରେ

ମନୁଷ୍ୟ ଶରୀର ପାଇଁ ବହୁତ ହିତକାରୀ ହୋଇଥାଏ କ୍ଷୀର। ଏହା ପ୍ରୋଟିନ୍‌, ଶର୍କରା ଭଳି ଅନେକ ପୋଷକ ତତ୍ତ୍ୱରେ ଭରପୂର ଥାଏ। ମଣିଷର ଦୈନନ୍ଦିନ ଜୀବନରେ କ୍ଷୀରର ଯଥେଷ୍ଟ ଆବଶ୍ୟକତା ଥିବା ବେଳେ ଖାଦ୍ୟଠାରୁ ଆରମ୍ଭ କରି ପୂଜାର୍ଚ୍ଚନା ଯାଏ ସବୁଠି ଏହା ବ୍ୟବହାର କରାଯାଇଥାଏ। ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ଜାଗା ବିଷୟରେ କହିବାକୁ ଯାଉଛୁ, ଯେଉଁଠି କ୍ଷୀର ବିକିବା ‘ପାପ’ ବୋଲି ଧରାଯାଏ। ହୁଏତ ଆପଣଙ୍କୁ ଏହା ବିଶ୍ୱାସ ହୋଇ ନ ପାରେ, କିନ୍ତୁ କଥାଟି ସତ। ଏହି ଅଜବ ପରମ୍ପରା ଆଗ୍ରା ଜିଲା ମୁଖ୍ୟାଳୟଠାରୁ ୯ କିଲୋମିଟର ଦୂର ‘କୁଆଁ ଖେଡ଼ା’ ଗାଁରେ ପ୍ରଚଳିତ ରହିଛି।

ଆଜି ବି ଏହି ଗାଁରେ କ୍ଷୀର ବିକିବା ପାଇଁ ଅନୁମତି ନାହିଁ। କୁହାଯାଏ କି, ଯଦି କୌଣସି ବ୍ୟକ୍ତି ଗାଁରେ କ୍ଷୀର ବିକିବାକୁ ଚେଷ୍ଟା କରେ, ତା’ହେଲେ ତା’ ପରିବାର ସଦସ୍ୟଙ୍କୁ ଏକ ଅଜଣା ରୋଗର ଶିକାର ହେବାକୁ ପଡ଼ିଥାଏ। ଏପରି କି, ସେମାନେ ମୃତ୍ୟୁ ମୁଖରେ ମଧ୍ୟ ପଡ଼ିପାରନ୍ତି।

cow1

ଏହାସହ ପଢନ୍ତୁ: କେବଳ ଜଣେ କଏଦୀଙ୍କୁ ନେଇ ଚାଲିଛି ଏହି ‘ଜେଲ୍‌’, ଜାଣନ୍ତୁ କ’ଣ ରହିଛି ଏହା ପଛର ବାସ୍ତବ କଥା

ଗାଁର ସରପଞ୍ଚଙ୍କ କହିବା ଅନୁଯାୟୀ, ଏହି ପ୍ରଥା ଦଶନ୍ଧି ଧରି ଏଠାରେ ଚାଲିଆସୁଛି। ଯଦି କାହାକୁ କ୍ଷୀରର ଆବଶ୍ୟକତା ରହିଥାଏ, ତା’ହେଲେ ତାଙ୍କୁ ମାଗଣାରେ ଦିଆଯାଇଥାଏ। କିନ୍ତୁ କେହି ଏହାକୁ ବିକ୍ରି କରିପାରନ୍ତି ନାହିଁ। ତେବେ ଗ୍ରାମବାସୀଙ୍କ କହିବା ହେଲା, ଗାଁ ପାଖରେ ଜଣେ ସନ୍ଥ ରହୁଥିଲେ, ଯେ କି ଗୋମାତା ଭକ୍ତ ଥିଲେ। ସେ ହିଁ ୪୦୦ ବର୍ଷ ପୂର୍ବରୁ କ୍ଷୀର ନ ବିକିବାକୁ ପରାମର୍ଶ ଦେଇଥିଲେ। ଆଉ ତାଙ୍କ ଦ୍ୱାରା ଦିଆଯାଇଥିବା ଏହି ପରାମର୍ଶକୁ ଗ୍ରାମବାସୀ ଆଜି ପଯ୍ୟର୍ନ୍ତ ପାଳନ କରିଆସୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.