Below header

୨୧ ବର୍ଷ ବୟସରେ ଏମିତି ଦେଖାଯାଉଥିଲେ ପ୍ରଭୁ ରାମଚନ୍ଦ୍ର! ଭାଇରାଲ୍ ହେଉଛି ଫଟୋ

ସୋସିଆଲ ମିଡିଆରେ ପ୍ରଭୁ ରାମଙ୍କ ଏକ ଚିତ୍ର ଦେଖିବାକୁ ମିଳିଛି। ଏହି ଫଟୋ ଅନୁଯାୟୀ, କୁହାଯାଉଛି ଯେ ପ୍ରଭୁ ରାମ ୨୧ ବର୍ଷ ବୟସରେ ଏହିପରି ଦେଖାଯାଉଥିଲେ। ଏହି ଚିତ୍ର AI ଦ୍ୱାରା ନିର୍ମିତ କରାଯାଇଛି।

ହିନ୍ଦୁ ଧର୍ମର ପରମ୍ପରା ଅନ୍ୟ ସମସ୍ତଙ୍କଠୁ ଭିନ୍ନ। ଏଠାରେ ୩୩ କୋଟି ଦେବଦେବୀଙ୍କୁ ପୂଜା କରନ୍ତି ପ୍ରତ୍ୟେକ ହିନ୍ଦୁ। ବିିଭିନ୍ନ ଦେବଦେବୀଙ୍କୁ ନେଇ ଲୋକଙ୍କର ରହିଥାଏ ଭିନ୍ନ ବିଶ୍ୱାସ। ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବାଦେବୀଙ୍କୁ ସମପିର୍ତ କରାଯାଇଛି। ତେବେ ପ୍ରଭୁ ଶ୍ରୀ ରାମଙ୍କୁ କିଏ ବା ସ୍ମରଣ ନକରେ ? ଯେତେବେଳେ ବି ରାମାୟଣ କଥା ଆସେ, ଭଗବାନ ଶ୍ରୀ ରାମଙ୍କ ଭାବମୂର୍ତ୍ତି ଆଖି ଆଗରେ ନାଚି ଯାଏ। ବିଷ୍ଣୁଙ୍କର ସପ୍ତମ ଅବତାର ରୂପେ ଶ୍ରୀ ରାମଙ୍କୁ ପୂଜା କରାଯାଏ। ଭଗବାନ ରାମଚନ୍ଦ୍ର ଦଶ ହଜାର ବର୍ଷରୁ ବି ଅଧିକ ସମୟ ଧରି ପୃଥିବୀ ଉପରେ ଶାସନ କରିଥିଲେ ।

ତେବେ ଆମ ଦେଶର ଲୋକେ ଭଗବାନଙ୍କୁ ବହୁତ ବିଶ୍ୱାସ କରିଥାନ୍ତି। ଧାର୍ମିକ ଭାବନା ସହିତ ବେଶ୍ ଜଡିତ ଥାନ୍ତି। ହେଲେ ପ୍ରଭୁ ରାମଙ୍କ ଉପରେ ସମସ୍ତଙ୍କର ରହିଛି ଅଦମ୍ୟ ବିଶ୍ୱାସ । ଆମେ ସମସ୍ତେ ଶ୍ରୀ ରାମଙ୍କର ବିଭିନ୍ନ ଚିତ୍ର ଦେଖିଛେ। ସମସ୍ତ ଚିତ୍ରରେ ତାଙ୍କ ଚେହେରା ଅଲଗା ଅଲଗା ରହିଥାଏ। ସେହି ସମସ୍ତ ଚିତ୍ରଗୁଡ଼ିକ କେବଳ ଗୋଟିଏ ଅନୁମାନ ଆଧାରରେ ତିଅଆରି କରାଯାଇଥାଏ।

 

ram ji

ବାସ୍ତବରେ ଶ୍ରୀ ରାମଙ୍କ ପ୍ରକୃତ ଫଟୋ  କିଏ କଣ ଦେଖିଥିବେ? ଆମେ କେବଳ ରାମାୟଣରେ ଶ୍ରୀ ରାମଙ୍କ ଚରିତ୍ର ବିଷୟରେ ପଢିଛେ। ଯେଉଁଥିରୁ ମନରେ ତାଙ୍କ ପ୍ରତିଛବି ସୃଷ୍ଟି କରିଥାଉ। ତେବେ ବର୍ତ୍ତମାନ, AI ମଧ୍ୟ ସମାନ କାର୍ଯ୍ୟ କରୁଛି। AI ଉପଲବ୍ଧ ସୂଚନାକୁ ଆଧାର କରି ଏକ ଚିତ୍ର କରିଥାଏ। ଯାହାକୁ ନେଇ  ଏଆଇ ନିକଟରେ ଶ୍ରୀ ରାମଙ୍କର ଏକ ଚିତ୍ର ପ୍ରସ୍ତୁତ କରିଛି। ଯାହା ସୋସିଆଲ ମିଡିଆରେ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି।

ସୋସିଆଲ ମିଡିଆରେ ପ୍ରଭୁ ରାମଙ୍କ ଏକ ଚିତ୍ର ଦେଖିବାକୁ ମିଳିଛି। ଏହି ଫଟୋ ଅନୁଯାୟୀ, କୁହାଯାଉଛି ଯେ ପ୍ରଭୁ ରାମ ୨୧ ବର୍ଷ ବୟସରେ ଏହିପରି ଦେଖାଯାଉଥିଲେ। ଏହି ଚିତ୍ର AI ଦ୍ୱାରା ନିର୍ମିତ କରାଯାଇଛି। ସୋସିଆଲ ମିଡିଆରେ ଏହି ଚିତ୍ର ସେୟାର କରାଯାଇଥିବାବେଳେ ଦାବି ହେଉଛି କି, ରାମାୟଣ, ରାମଚରିତମାନସ ସମେତ ସମସ୍ତ ଗ୍ରନ୍ଥରେ ମହର୍ଷି ବାଲ୍ମିକୀଙ୍କ ଦ୍ବାରା ଦିଆଯାଇଥିବା ଭଗବାନ ରାମଙ୍କ ବର୍ଣ୍ଣନାକୁ ଆଧାର କରି ଏହି ଚିତ୍ର ଏଆଇ ଦ୍ୱାରା ତିଆରି କରାଯାଇଛି। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଘୂରି ବୁଲୁଛି।

ଏହି ସମୟରେ, ଏହି ଫଟୋ ସାମ୍ନାକୁ ଆସିବା ମାତ୍ରକେ, ଭଗବାନଙ୍କ ଉପରେ ଲୋକଙ୍କ ବିଶ୍ୱାସ ବହୁତ ମାତ୍ରାରେ ବଢିଯାଇଛି। ଲୋକମାନେ ଏହି ଚିତ୍ରକୁ ବହୁ ମାତ୍ରାରେ ପ୍ରଶଂସା କରୁଛନ୍ତି। ଫଟୋ ସେୟାର କରି ଜୟ ଶ୍ରୀ ରାମ ଲେଖୁଛନ୍ତି। ତାଙ୍କର ହସୁଥିବା ଚେହେରା ସମସ୍ତଙ୍କ ହୃଦୟ ଜିତୁଛି । ରାମଙ୍କର ଫଟୋ ଦେଖି ସଭିଏଁ ବିସ୍ମିତ ହୋଇଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.