ମାଫିଆ ଅତିକ୍‌ ଅହମଦର ପୁଅ ଅସଦ ଓ ସୁଟର ମହମ୍ମଦ ଗୁଲାମ ମୃତ, ଝାନସୀରେ ଏନ୍‌କାଉଣ୍ଟର କଲା ୟୁପି ପୋଲିସ

ଉତ୍ତର ପ୍ରଦେଶରେ ଏନକାଉଣ୍ଟର। ପୋଲିସ ଗୁଳିରେ ଟଳିଲେ ଦୁଇ ମୋଷ୍ଟ ଓ୍ଵାଣ୍ଟେଡ୍। ଝାନସୀରେ ଉମେଶ ପାଲ ହତ୍ୟାକାଣ୍ଡର ଦୁଇ ଓ୍ଵାଣ୍ଟେଡ୍ ଅସଦ ଓ ଗୁଲାମକୁ ଏନକାଉଣ୍ଟର କରିଛି ଉତ୍ତର ପ୍ରଦେଶ ପୋଲିସ।

ଉତ୍ତର ପ୍ରଦେଶରେ ଏନକାଉଣ୍ଟର। ପୋଲିସ ଗୁଳିରେ ଟଳିଲେ ଦୁଇ ମୋଷ୍ଟ ଓ୍ଵାଣ୍ଟେଡ୍। ଝାନସୀରେ ଉମେଶ ପାଲ ହତ୍ୟାକାଣ୍ଡର ଦୁଇ ଓ୍ଵାଣ୍ଟେଡ୍ ଅସଦ ଓ ଗୁଲାମକୁ ଏନକାଉଣ୍ଟର କରିଛି ଉତ୍ତର ପ୍ରଦେଶ ପୋଲିସ। ସେମାନଙ୍କ ନାଁରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ଝାନସୀରେ ଅସଦ ଓ ଗୁଲାମକୁ ଏନକାଉଣ୍ଟର କରିଛି ଉତ୍ତରପ୍ର ଦେଶ ଏସଟିଏଫ୍। ସେମାନଙ୍କ ନିକଟରୁ ବିଦେଶୀ ନିର୍ମିତ ଅସ୍ତ୍ରଶସ୍ତ୍ର ଜବତ ହୋଇଛି।

ଉମେଶ ପାଲ ହତ୍ୟା ମାମଲାରେ ଏହି ବଡ଼ ଖବର ସାମ୍ନାକୁ ଆସିଛି। ୟୁପି ଏସଟିଏଫ୍ ଝାନସୀ ଜିଲ୍ଲାରେ ମାଫିଆ ଅତିକ୍‌ ଅହମଦଙ୍କ ପୁଅ ଅସଦ ଏବଂ ତାଙ୍କ ସୁଟର ମହମ୍ମଦ ଗୁଲାମକୁ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟରରେ ଉଭୟଙ୍କର ମୃତ୍ୟୁ ଘଟିଛି। ଏହି ଦୁଇଜଣ ଉମେଶ ପାଲ ହତ୍ୟା ମାମଲାରେ ଅଭିଯୁକ୍ତ ଥିଲେ ଏବଂ ଉଭୟଙ୍କ ମୁଣ୍ଡରେ ୫-୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା। ଡିଏସପି ନଭେନ୍ଦୁ ଏବଂ ଡିଏସପି ବିମଲଙ୍କ ନେତୃତ୍ୱରେ ଏସ୍‌ଟିଏଫ୍‌ ଟିମ୍‌ ଉଭୟଙ୍କୁ ଏନ୍‌କାଉଣ୍ଟର କରିଛି।

ଘଟଣାସ୍ଥଳରୁ ଏସଟିଏଫ ବିଦେଶରେ ନିର୍ମିତ ଆଧୁନିକ ଅସ୍ତ୍ରଶସ୍ତ୍ର ଜବତ କରିଛି। ପୋଲିସ ଟିମ୍ କହିଛି ଯେ ଏନକାଉଣ୍ଟର ସମୟରେ ଉଭୟ ଅସଦ ଅହମଦ ଓ ମହମ୍ମଦ ଗୁଲାମଙ୍କୁ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା, କିନ୍ତୁ ଉଭୟ ପୋଲିସ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହି ସମୟରେ ପୋଲିସ ମଧ୍ୟ ଜବାବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଭୟଙ୍କୁ ଏନ୍‌କାଉଣ୍ଟର କରିଥିଲା। ଏଥିରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ପୋଲିସ ଉଭୟଙ୍କ ମୃତଦେହକୁ ଜବତ କରିଛି।

କହି ରଖୁଛୁ ଯେ ଉମେଶ ପାଲ ହତ୍ୟା ମାମଲାରେ ମାଫିଆ ଅତିକ୍‌ ଅହମଦ ଗ୍ୟାଙ୍ଗର ଦୁଇ ସୁଟର ପୂର୍ବରୁ ହିଁ ମରି ସାରିଛନ୍ତି। ଯେତେବେଳେ କି, ଅନ୍ୟ ୫ ଜଣ ଫେରାର୍‌ ଥିଲେ। ସେମାନଙ୍କ ମଧ୍ୟରେ ଅତିକ୍‌ଙ୍କ ପୁଅ ଅସଦ ଓ ଗୁଲାମ ମଧ୍ୟ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.