Below header

ପୁଅର ଏନ୍‌କାଉଣ୍ଟର ଖବର ଶୁଣି କୋର୍ଟ ରୁମ୍‌ରେ ବେହୋଶ୍‌ ହେଲା ମାଫିଆ ଅତିକ୍‌ ଅହମଦ

ଉମେଶ ପାଲ ହତ୍ୟା ମାମଲାରେ ଫେରାର୍‌ ଥିବା ମାଫିଆ ଅତିକ୍‌ ଅହମଦର ପୁଅ ଅସଦକୁ ୟୁପି ଏସଟିଏଫ ଏନ୍‌କାଉଣ୍ଟର କରିଛି। ଏଥିରେ ଅସଦର ମୃତ୍ୟୁ ଘଟିଛି।

ଉମେଶ ପାଲ ହତ୍ୟା ମାମଲାରେ ଫେରାର୍‌ ଥିବା ମାଫିଆ ଅତିକ୍‌ ଅହମଦର ପୁଅ ଅସଦକୁ ୟୁପି ଏସଟିଏଫ ଏନ୍‌କାଉଣ୍ଟର କରିଛି। ଏଥିରେ ଅସଦର ମୃତ୍ୟୁ ଘଟିଛି। ଝାନ୍‌ସୀରେ ହୋଇଥିବା ଏହି ଏନକାଉଣ୍ଟରରେ ଅସଦ ସହ ସୁଟର ଗୁଲାମର ମଧ୍ୟ ମୃତ୍ୟୁ ଘଟିଛି। ପୋଲିସ ଉଭୟଙ୍କ ଉପରେ ୫-୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା।

ସେପଟେ ପ୍ରୟାଗରାଜ କୋର୍ଟରେ ପୋଲିସ ଏନ୍‌କାଉଣ୍ଟରରେ ଅସଦ ଓ ଗୁଲାମର ମୃତ୍ୟୁ ଘଟିଥିବା ଖବର ପ୍ରଚାର ହେବା ପରେ ଚର୍ଚ୍ଚା ଜୋର୍‌ ଧରିଛି। କୋର୍ଟ ପରିସରରେ ଉପସ୍ଥିତ ଓକିଲ ଏବଂ ଅନ୍ୟମାନେ ଅତିକ୍‌ ମୁର୍ଦାବାଦର ସ୍ଲୋଗାନ ଦେଉଛନ୍ତି। ତେବେ ଖବର ରହିଛି କି, କୋର୍ଟରେ ପୁଅ ଅସଦର ଏନ୍‌କାଉଣ୍ଟର ଖବର ଶୁଣି ମାଫିଆ ଅତିକ୍‌ ବେହୋଶ୍‌ ହୋଇପଡ଼ିଛି।

ସୂଚନାଥାଉ କି, ଡିଏସପି ନଭେନ୍ଦୁ ଏବଂ ଡିଏସପି ବିମଲଙ୍କ ନେତୃତ୍ୱରେ ଏସ୍‌ଟିଏଫ୍‌ ଟିମ୍‌ ଉଭୟଙ୍କୁ ଏନ୍‌କାଉଣ୍ଟର କରିଛି। ଘଟଣାସ୍ଥଳରୁ ଏସଟିଏଫ ବିଦେଶରେ ନିର୍ମିତ ଆଧୁନିକ ଅସ୍ତ୍ରଶସ୍ତ୍ର ଜବତ କରିଛି। ପୋଲିସ ଟିମ୍ କହିଛି ଯେ ଏନକାଉଣ୍ଟର ସମୟରେ ଉଭୟ ଅସଦ ଅହମଦ ଓ ମହମ୍ମଦ ଗୁଲାମଙ୍କୁ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା, କିନ୍ତୁ ଉଭୟ ପୋଲିସ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହି ସମୟରେ ପୋଲିସ ମଧ୍ୟ ଜବାବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଭୟଙ୍କୁ ଏନ୍‌କାଉଣ୍ଟର କରିଥିଲା। ଏଥିରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ପୋଲିସ ଉଭୟଙ୍କ ମୃତଦେହକୁ ଜବତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.