ଶୁଆକୁ କଥା କହିବା ଶିଖାଇ ଯୁବକ ଗିରଫ

ଶୁଆକୁ କଥା କହିବା ଶିଖାଇ ଯୁବକ ଗିରଫ । ଗିରଫ ଯୁବକ ହେଲେ କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଳକ କୁମୁଣ୍ଡି ଗାଁର ଚିନ୍ମୟ ମହାନ୍ତ । ବନ୍ୟପ୍ରାଣୀ ସୁରକ୍ଷା ଆଇନ ଉଲ୍ଲଂଘନ ଅଭିଯୋଗରେ ତାଙ୍କୁ ବନ ବିଭାଗ ଗିରଫ କରିଛି।

କେନ୍ଦୁଝର (କେନ୍ୟୁଜ): ଶୁଆକୁ କଥା କହିବା ଶିଖାଇ ଯୁବକ ଗିରଫ । ଗିରଫ ଯୁବକ ହେଲେ କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଳକ କୁମୁଣ୍ଡି ଗାଁର ଚିନ୍ମୟ ମହାନ୍ତ । ବନ୍ୟପ୍ରାଣୀ ସୁରକ୍ଷା ଆଇନ ଉଲ୍ଲଂଘନ ଅଭିଯୋଗରେ ତାଙ୍କୁ ବନ ବିଭାଗ ଗିରଫ କରିଛି। ଚିନ୍ମୟ ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ ଆଲେକଜାଣ୍ଡ୍ରିଆନ୍ ପାର୍କିଟ୍ ପ୍ରଜାତିର ଏକ ଶୁଆକୁ କଥା କହିବା ଶିଖାଉଥିଲେ । ଶୁଆ କିଭଳି ଭାବେ କାମୁଡିବ ନାହିଁ, ତାହା ମଧ୍ୟ ଲୋକଙ୍କୁ ଡ଼େମୋ ଦେଖାଉଥିଲେ ।

ଏସବୁର ଭିଡ଼ିଓ କରି ସେ ନିଜ “ଚିନ୍ମୟ ଭାଇ” ୟୁଟ୍ୟୁବ୍‌ ଚ୍ୟାନେଲରେ ଦେଖାଉଥିଲେ । ଏହି ଭିଡ଼ିଓ ଅନେକ ଲୋକ ଦେଖିଥିଲେ । ଏନେଇ ଭୁବନେଶ୍ଵର ସ୍ନେକ୍ ହେଲପ୍ ଲାଇନ୍ ର ଶୁଭେନ୍ଦୁ ମଲ୍ଲିକ PCCFଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ PCCFଙ୍କ ନିର୍ଦ୍ଦେଶରେ ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜର ରେଞ୍ଜ ଅଫିସର ମାନସ କୁମାର ମୁର୍ମୁ ତାଙ୍କୁ ଗିରଫ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.