Below header

ଖଜରାନାର ଚମତ୍କାରୀ ଗଣେଶ ମନ୍ଦିର, ଯେଉଁଠି ଓଲଟା ସ୍ୱସ୍ତିକ ଚିହ୍ନ ବନାଇଲେ ପୂର୍ଣ୍ଣ ହୁଏ ସମସ୍ତ ଇଚ୍ଛା

ମଧ୍ୟପ୍ରଦେଶ ଇନ୍ଦୋରରେ ଏକ ଚମତ୍କାରୀ ଗଣେଶ ମନ୍ଦିର ରହିଛି, ଯାହାର କାହାଣୀ ଦୂରଦୂରାନ୍ତ ପର୍ଯ୍ୟନ୍ତ ପରିବ୍ୟାପ୍ତ। ଭକ୍ତମାନଙ୍କର ଆସ୍ଥାକୁ ନେଇ ଏପରି ଏକ ପବିତ୍ର ସ୍ଥାନ, ଯେଉଁଠାରେ ପ୍ରତିଟି ସ୍ଥାନରେ ଭଗବାନଙ୍କ ଚମତ୍କାରିତା ଦେଖିବାକୁ ମିଳିଥାଏ। ସନ୍ତାନ ଇଚ୍ଛା, ଅର୍ଥ ଉପାର୍ଜନ କରିବାର ଇଚ୍ଛା, ଚାକିରିକୁ ନେଇ ଅସୁବିଧା ଏବଂ ବିଦ୍ୟା ଓ ବୁଦ୍ଧି ପାଇଁ ମଧ୍ୟ ଭକ୍ତ ଏଠାକୁ ଦଉଡି ଆସନ୍ତି। ଏହି ଚମତ୍କାରୀ ମନ୍ଦିର ବିଷୟରେ କୁହାଯାଏ କି, ଏହି ମନ୍ଦିରରେ ସ୍ୱୟଂମ୍ଭୁ ଗଣପତି ନିଜ ଭକ୍ତଙ୍କ ମନୋକାମନା ପୂର୍ଣ୍ଣ କରିଥାନ୍ତି। ଭକ୍ତଙ୍କୁ କେବଳ ଏଠାରେ ଓଲଟା ଆକାରର ସ୍ୱସ୍ତିକ ଚିହ୍ନ ବନାଇବାକୁ ପଡିଥାଏ।

କ’ଣ ରହିଥାଏ ଓଲଟା ସ୍ୱସ୍ତିକ ଚିହ୍ନର ଚମତ୍କାର ?

ଖଜରାନା ମନ୍ଦିରରେ ଭଗବାନ ଗଣେଶଙ୍କ ମନ୍ଦିର ପଛ କାନ୍ଥରେ ଅର୍ଥାତ୍‌ ଗଣେଶଙ୍କ ପିଠିରେ ଓଲଟା ସ୍ୱସ୍ତିକ ଚିହ୍ନ କଲେ ଭକ୍ତଙ୍କ ସବୁ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ। ଆଉ ଏହ ମନୋସ୍କାମନା ପୂର୍ଣ୍ଣ ହେବା ପରେ ପୁଣି ଥରେ ଆସି ସିଧା ସ୍ୱସ୍ତିକ ଚିହ୍ନ ବନାଇଥାନ୍ତି। ଏହି ପରମ୍ପରା ଅନେକ ବର୍ଷରୁ ଚାଲିଆସୁଛି। କୁହାଯାଏ, ଏହି ମନ୍ଦିରରେ ଓଲଟା ସ୍ୱସ୍ତିକ କରିବା ଦ୍ୱାରା ସବୁ ଇଚ୍ଛା ପୂରଣ ହୋଇଥାଏ। ଆଉ ମଧ୍ୟ ଏପରି ଏକ ମାନ୍ୟତା ରହିଛି, ମନ୍ଦିରରେ ତିନି ପରିକ୍ରମା ଲଗାଇବା ଏବଂ ସୂତା ବାନ୍ଧିବା ଦ୍ୱାରା ଇଚ୍ଛାପୂର୍ଣ୍ଣ ହୋଇଥାଏ।

mandir

ମନ୍ଦିରର ଇତିହାସ:

ଖଜରାନା ଗଣେଶ ମନ୍ଦିରର ନିର୍ମାଣ ୧୭୩୫ ମସିହାରେ ତତ୍କାଳ ହୋଲକ୍ର ବଂଶ ଶାସକ ଅହିଲ୍ୟାବାଇ ହୋଲକର କରିଥିଲେ। କୁହାଯାଏ ଖଜରାନା ଗଣେଶ ମନ୍ଦିରର ନିର୍ମାଣ ପାଇଁ ଗଣେଶ ଭଗବାନ ଜଣେ ପଣ୍ଡିତକୁ ସ୍ୱପ୍ନାଦେଶ କରିଥିଲେ। ଭଗବାନ ଗଣେଶଙ୍କ ମୂର୍ତ୍ତିକୁ ସେଠାରେ ଭୂମିରେ ଦବାଇ ଦିଆଯାଇଥିଲା। ସେଠାରୁ ମୂର୍ତ୍ତି କାଢିବାକୁ କୁହାଯାଇଥିଲା। ଏହି ସ୍ୱପ୍ନ ବିଷୟରେ ପଣ୍ଡିଜ ଜଣକ ସମସ୍ତଙ୍କୁ କହିଥିଲେ। ରାଣୀ ଅହିଲ୍ୟା ବାଇ ହୋଲକର ଏହି ସ୍ୱପ୍ନ ବିଷୟରେ ଶୁଣିବା ପରେ ସେହି ସ୍ଥାନର ଖନନ ଆରମ୍ଭ କରିଥିଲେ ଏବଂ ସେହି ସ୍ଥାନ ଖୋଳା ହେବା ପରେ ଭଗବାନ ଗଣେଶଙ୍କ ପ୍ରତିମା ମିଳିଥିଲା। ଯାହା ପରେ ଏଠାରେ ଗଣେଶ ମନ୍ଦିରର ନିର୍ମାଣ କରାଗଲା।

swatik

ଏହି ମନ୍ଦିର ଦେଶରେ ସବୁଠାରୁ ଧନୀ ଗଣେଶ ମନ୍ଦିର ମଧ୍ୟରେ ଅନ୍ୟତମ। ଶ୍ରଦ୍ଧାଳୁ ନିଜର ମନୋକାମନା ପୂର୍ଣ୍ଣ ହେବା ପରେ ହୃଦୟଖୋଲି ଦାନ କରନ୍ତି। ଏଠାରେ ପ୍ରତିଦିନ ସଂପୂର୍ଣ୍ଣ ବିଧି ବିଧାନ ଅନୁଯାୟୀ ପୂଜା କରାଯାଏ। କିନ୍ତୁ ବୁଧବାର ଦିନ ଗଣପତିଙ୍କ ବିଶେଷ ପୂଜାରେ ଲଢୁ ତିଆରି କରି ପ୍ରସାଦ ଦିଆଯାଏ। ଏହାଛଡା ଏହି ଦିନ ବିଶେଷ ପୂଜା ଏବଂ ଆରତୀ ମଧ୍ୟ ଆୟୋଜିତ କରାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.