ରେଷ୍ଟୁରାଣ୍ଟର ରୋଷ୍ଟେଡ଼ ଚିକେନକୁ ମିସ କରୁଛନ୍ତି କି ? ତାହେଲେ ଆଜି ହିଁ ଅତି ସହଜରେ ଘରେ କରନ୍ତୁ ପ୍ରସ୍ତୁତ

ଆବଶ୍ୟକୀୟ ସାମଗ୍ରୀ

  • ବୋନଲେସ ଚିକେନ
  • ପିଆଜ
  • ଜିରା
  • ଗୋଲମରିଚ ଗୁଣ୍ଡ
  • ଧନିଆ ପତ୍ର
  • ଲଙ୍କା ଗୁଣ୍ଡ
  • ଗରମ ମସଲା
  • କଞ୍ଚାଲଙ୍କା ପେଷ୍ଟ
  • ଅଦା ରସୁଣ ପେଷ୍ଟ
  • ତେଲ
  • ଲୁଣ ସ୍ବଦାନୁସାରେ

Roasted Chicken Thighs with Garlic - Cooking Classy

ପ୍ରସ୍ତୁତି ପ୍ରଣାଳୀ

ରୋଷ୍ଟେଡ଼ ଚିକେନ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଗୋଟିଏ ପତ୍ର ନେଇ ସେଥିରେ କଞ୍ଚାଲଙ୍କା ପେଷ୍ଟ, ଅଦା ରସୁଣ ପେଷ୍ଟ, ଜିରା, ଲଙ୍କାଗୁଣ୍ଡ, ଗୋଲମରିଚ ଗୁଣ୍ଡ ଓ ଲୁଣ ଆଦି ପକାଇ ଭଲଭାବରେ ଗୋଳାଇ ଦିଅନ୍ତୁ । ବର୍ତ୍ତମାନ ଏଥିରେ ସଫା କରି ରଖିଥିବା ବୋନଲେସ ଚିକେନକୁ ପକାଇ ଗୋଳାଇ ଦିଅନ୍ତୁ ଏବଂ ଏହାକୁ କିଛି ସମୟ ପାଇଁ ଘୋଡାଇ ରଖି ଦିଅନ୍ତୁ ।

ବର୍ତ୍ତମାନ କଡେଇରେ ତେଲ ଗରମ କରି ସେଥିରେ କଟା ପିଆଜ ପକାଇ ଭାଜନ୍ତୁ । ଏହା ଟିକିଏ ଭାଜି ହୋଇଗଲା ପରେ ସେଥିରେ ଗୋଳାଇ ରଖିଥିବା ଚିକେନକୁ ପକାଇ କସନ୍ତୁ । ତାପରେ ସେଥିରେ ଗରମ ମସଲା ପକାଇ ଘୋଡାଇ ଦିଅନ୍ତୁ । କିଛି ସମୟ ପରେ ଢାଙ୍କୁଣୀ କାଢି ଏହାକୁ ଆଉଥରେ ଭଲଭାବେ ଗୋଳାଇ ଦିଅନ୍ତୁ । ଚିକେନ ଭଲଭାବେ ସିଝିଗଲା ପରେ ସେଥିରେ ଧନିଆ ପତ୍ର କାଟି ପକାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ରୋଷ୍ଟେଡ଼ ଚିକେନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.