ସହି ପାରିଲେନି ମଦୁଆ ପୁଅର ଉନ୍ମତ୍ତକାଣ୍ଡ, ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କଲେ ଜନ୍ମ କଲା ମା-ବାପା

ଗୋହାନା ସ୍ଥିତ ଗାଁ ବନଓ୍ଵାସାରେ ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି। ସୂଚନା ମୁତାବକ ଉକ୍ତ ଗାଁରେ ଏକ ପରିବାରର ବାପା-ମାଆ ନିଜ ଜନ୍ମ କଲା ପୁଅ ପଓ୍ଵନ(୩୦)କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛନ୍ତି। ରିପୋର୍ଟ ଅନୁଯାୟୀ ପଓ୍ଵନ ଉପରେ କରଜ ଥିବା ବେଳେ ସେ ମଦ୍ୟପାନ କରି ଘରେ ବାପା-ମାଆଙ୍କୁ ହଇରାଣ କରୁଥିଲା। ଉକ୍ତ ଘଟଣାରେ ପୋଲିସ ମୃତ ପଓ୍ଵନଙ୍କ ଭାଇଙ୍କ କହିବାନୁଯାୟୀ ବାପା-ମାଆଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ ବନଓ୍ଵାସା ନିବାସୀ ପ୍ରବୀଣ ତାଙ୍କ ପିଲାମାନଙ୍କ ସହ ପାଖାପାଖି ୬ ବର୍ଷ ପୂର୍ବରୁ ନିଜ ପିତା ରଣବୀର ଏବଂ ମାତା କିତାବୋଙ୍କ ଠାରୁ ଅଲଗା ରହୁଥିଲେ। ପ୍ରବୀଣଙ୍କ ଭାଇ ପଓ୍ଵନ ଅବିବାହିତ ଥିଲେ।

dead1ଖବର ଅନୁଯାୟୀ ଗତ ରବିବାର ଦିନ ରଣବୀର ଏବଂ କିତାବୋ ତାଙ୍କ ଘର ଭିତରୁ କବାଟ ବନ୍ଦ କରି ଧାରୁଆ ଅସ୍ତ୍ରରେ ପୱନଙ୍କୁ ଆକ୍ରମଣ କରିଥିଲେ। ଶବ୍ଦ ଶୁଣି ପ୍ରବୀଣ ତାଙ୍କ ଘରୁ ବାହାରକୁ ଆସି ଘରର କବାଟ ଖୋଲିବାକୁ ଚେଷ୍ଟା କରିବା ପରେ ବନ୍ଦ ଥିବାର ଦେଖିବାକୁ ପାଇଥିଲେ। ପରେ ପ୍ରବୀଣ ନିଜ ଘରର ଛାତରୁ ପଓ୍ଵନଙ୍କ ଘରକୁ ଯିବା ପରେ ପଓ୍ଵନ ଗ୍ୟାଲେରୀରେ ଲହୁଲୁହାଣ ଅବସ୍ଥାରେ ପଡିଥିବାର ଦେଖିଥିଲେ। ଘଟଣାସ୍ଥଳରେ ପ୍ରବୀଣ ଭାଇ ପଓ୍ଵନଙ୍କୁ ନେଇ ସରକାରୀ ହସ୍ପିଟାଲରେ ପହଞ୍ଚିବା ପରେ ସେଠାରେ ଡାକ୍ତର ତାଙ୍କୁ ପିଜିଆଇ ରୋହତକ ରେଫର୍‌ କରିଦେଇଥିଲା। ସେଠାରେ ପଓ୍ଵନଙ୍କ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି।

ସୂଚନା ମୁତାବକ ପଓ୍ଵନଙ୍କ ଉପରେ ଋଣ ଚାପ ଥିବା ବେଳେ ସେ ସବୁଦିନ ମଦ୍ୟପାନ କରି ପିତାମାତାଙ୍କୁ ହଇରାଣ କରୁଥିଲେ। ଗାଁ ଲୋକଙ୍କ କହିବାନୁଯାୟୀ କିତାବୋ ଅନ୍ୟ ଗାଁର ଜଣେ ତାନ୍ତ୍ରିକଙ୍କ ପାଖକୁ ମଧ୍ୟ ଯାଉଥିଲେ କିନ୍ତୁ ବର୍ତ୍ତମାନ ଏହି ବିଷୟରେ କେହି କିଛି କହିବା ପାଇଁ ପ୍ରସ୍ତୁତ ନୁହଁନ୍ତି। ସେହିଭଳି ପୋଲିସ ମଧ୍ୟ ବର୍ତ୍ତମାନ ତଦନ୍ତ ଚଳାଇଛି। ପୋଲିସ କହିବାନୁଯାୟୀ ଅନୁସନ୍ଧାନ ପରେ ହିଁ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.