Below header

ପେନସିଲ୍ ମୁନରେ ନେତାଠୁ ଆରମ୍ଭ କରି ଅଭିନେତାଙ୍କ ଅବିକଳ ଚିତ୍ର, ଭୂଷଣଙ୍କ ଫ୍ରେମରେ କଥା କହୁଛି ଏହି ଜୀବନ୍ତ କଳା

ଜୟପୁର: ପେନସିଲ ମୁନରେ ନେତା ଠୁ ଆରମ୍ଭ କରି ଅଭିନେତା , ବିଦେଶୀଙ୍କଠୁ ଆରମ୍ଭ କରି କ୍ରିଡାବିତ୍ । କାଗଜର ଫର୍ଦ ଓଲଟେଇଲେ ଭଳି କି ଭଳି ଚିତ୍ର । ବିନା ଗୁରୁରେ ଓସ୍ତାଦ ଏ ଚିତ୍ରକର । କୋଡିଏ ଟଙ୍କା ର ଉପହାର ତାଙ୍କୁ ଆଜି ଚିତ୍ରକର କରିଦେଇଛି । ଏହେଉଛି କୋରାପୁଟର ଉପାନ୍ତ ଦଶମନ୍ତପୁର ବ୍ଲକ ଗିର୍ଲିଗୁମାର ଭୂଷଣ ଖୋସଲାଙ୍କ କଥା ।

ହାତରେ ପେନସିଲ । ପଡୁନି ଆଖିର ପଲକ ଘର ପିଣ୍ଢାରେ ବସି ଆଙ୍କି ଚାଲିଛନ୍ତି ଚିତ୍ର । ଧଳା କାଗଜରେ ପେନସିଲ ର ଛୁଆଁ ଜିବନ୍ତ କରିଚାଲିଛି ପ୍ରତିଟି ଚିତ୍ର କୁ । ଆଉ ଏସବୁର ନିଖୁଣତା ଭୁଷଣଙ୍କ ପ୍ରତିଭାର ପ୍ରମାଣ ଦଉଛି । ତାଙ୍କ ଫ୍ରେମ ରେ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ମୋଦି ଆଉ ଶିକ୍ଷା ର ମନ୍ଦିର ତିଆରି କରିଥିବା ଡକ୍ଟର ଅଚ୍ୟୁତ ସାମନ୍ତ ଙ୍କ ଅବିକଳ ଚିତ୍ର ।

gandhiବଲିଉଡ ଓଲିଉଡ ହଲିଉଡ ର ଅନେକ ଷ୍ଟାର ଆଉ କ୍ରିକେଟ ମୈଦାନ ରେ ଚହଳ ସ୍ରୂଷ୍ଟି କରିଥିବା ସଚିନ ଆଉ ମାହି ଙ୍କ ପୁରାପୁରି ନକଲ ଯାହାକୁ ନିଜ ପେନସିଲ ମୁନରେ ଜୀବନ୍ତ କରିଛନ୍ତି ଏଇ ଯୁବକ । ତାଙ୍କ ପେନସିଲ ର ମୁନ ଲମ୍ବିଯାଇଛି ଆମେରିକାକୁ ବାରାକ ଓବାମା ଆଉ ଡୋନାର୍ଲ୍ଡ ଟ୍ରମ୍ପ ଙ୍କ ଚିତ୍ର ସାଙ୍ଗକୁ ଅନେକ ତାରକା ଙ୍କ ଚିତ୍ର କରିଛନ୍ତି । ନିଜର ଅବିକଳ ଚିତ୍ର କୁ ଦେଖି କନ୍ଧମାଳ ସାସଦ ଡକ୍ଟର ଅଚ୍ୟୁତ ସାମନ୍ତ ତାଙ୍କୁ ଶୁବେଛା ସହ ତାଙ୍କ ପ୍ରତିଭାର ଫ୍ରସଶା କରିଛନ୍ତି । ଏମିତିକି ତାଙ୍କ ଆଗରେ ବସଥିବା କୁନି ପିଲାଟିର ଚିତ୍ର ଆଖି ପିଛୁଳାକେ ଆଙ୍କିଦେଲେ ଏଇ ଯୁବକ । ବିନା ଗୁରୁରେ ଏଭଳି ଚିତ୍ର କଳା ତାଙ୍କ ଲୁକ୍କାୟିତ ପ୍ରତିଭାର ପ୍ରମାଣ ଦଉଛି । ହେଲେ ଆଗକୁ ବଢ଼ିବାକୁ ସୁଯୋଗ ମିଳୁନଥିବା କହିଛନ୍ତି ଭୁଷଣ ।

samant sirଭୁଷଣ ଖୋସଲା ଘର କୋରାପୁଟ ର ଉପାନ୍ତ ଦଶମନ୍ତପୁର ବ୍ଲକ ଗିର୍ଲିଗୁମା ରେ । ଷଷ୍ଠ ଶ୍ରେଣୀ ରୁ ଚିତ୍ର ପ୍ରତି ଆଗ୍ରହ ଥିଲା ଉଚ ଶିକ୍ଷା ପରେ ଚିତ୍ର କଳାକୁ ନେଇ ଶିକ୍ଷା ଗ୍ରହଣ କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଭାଗ୍ୟ ସାଥ ଦେଇ ନଥିଲା । ହେଲେ ଜଣେ ଶିକ୍ଷକଙ୍କ ଚିତ୍ର ପରେ କୋଡିଏ ଟଙ୍କା ଉପହାର ତାଙ୍କୁ ଆଗକୁ ବଢାଇ ନେଇଥିଲା । ଚିତ୍ର ସାଙ୍ଗକୁ ଲୋକଗୀତ ବି ଗାଇପାରନ୍ତି ଭୁଷଣ ଅନ୍ୟ କଳାରେ ମାହିର । ଦୁର୍ଭାଗ୍ୟ ବଶତ ନିଜ କଳାକୁ ପେଶା କରିପାରିନାହାନ୍ତି । ଭୁଷଣ ଙ୍କ ଚିତ୍ର କୁ ସମସ୍ତେ ଫ୍ରସଶା କରିଥିଲେ ମଧ୍ୟ ସୁଯୋଗ ମିଳୁନଥିବା କହନ୍ତି ଗାଁ ଲୋକେ । ବିନା ଗୁରୁରେ ଚିତ୍ର କରିବାରେ ଓସ୍ତାଦ ତା ସାଙ୍ଗକୁ ଜଣେ ଲୋକଗିତ କଳାକାର । ପିଲାଦିନୁ ଚିତ୍ର କରି ଆସୁଥିଲେ ମଧ୍ୟ ଆଜବି ସୁଯୋଗ ଅପେକ୍ଷା ରେ ଏହି ଆଦିବାସୀ ଯୁବକ । ଏବେ ଅପେକ୍ଷା ସରକାରଙ୍କ କିଛି ସହଯୋଗ ଓ ପ୍ରୋତ୍ସାହନକୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.