Below header

ଭାରତରେ ଲଞ୍ଚ୍‌ ହେଲା Apple ର ପ୍ରଥମ ଅନ୍‌ଲାଇନ୍‌ ଷ୍ଟୋର, ଗ୍ରାହକଙ୍କୁ ମିଳିବ ଏସବୁ ସୁବିଧା

ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଆପଲ ଭାରତରେ ଲଞ୍ଚ୍‌ କଲା ନିଜ ପ୍ରଥମ ଅନ୍‌ଲାଇନ୍‌ ଷ୍ଟୋର। ଆପଲ ଅନ୍‌ଲାଇନ୍‌ ଷ୍ଟୋରରେ ଗ୍ରାହକଙ୍କୁ ସମସ୍ତ ପ୍ରକାରର ପ୍ରଡକ୍ଟସ ମିଳିବ। ଏହା ବ୍ୟତୀତ ଡାଇରେକ୍ଟ କଷ୍ଟମର ସପୋର୍ଟ, ଷ୍ଟୁଡେଣ୍ଟ ଡିସ୍‌କାଉଣ୍ଟ ଓ ଫାଇନାନ୍ସ ଅପ୍‌ସନ୍‌ ବି ଦିଆଯିବ।

ଏବେ ଗ୍ରାହକ ଆପଲ ପ୍ରଡକ୍ଟକୁ ଆପଲ ଷ୍ଟୋର ଅନ୍‌ଲାଇନ୍‌ରୁ ସିଧାସଳଖ କିଣି ପାରିବେ। ଏହା ବ୍ୟତୀତ ଆବଶ୍ୟକ ପଡ଼ିଲେ ଆପଲ ସ୍ପେଶାଲିଷ୍ଟସ୍‌ରୁ କଲ ଓ ଫୋନ୍‌ ଚାଟ୍‌ ମାଧ୍ୟମରେ କୌଣସି ଆପଲ ପ୍ରଡକ୍ଟକୁ ନେଇ ଆଡଭାଇସ୍‌ ଓ ଗାଇଡାନ୍ସ ବି ନେଇପାରିବେ।
ସବୁଠୁ ଖାସ୍‌ କଥା ହେଉଛି ଏବେ ଆପଣ କଷ୍ଟମ୍‌ କନ୍‌ଫ୍ୟୁଗୁରେସନ୍‌ ସହ ମ୍ୟାକ୍‌କୁ ବି ପ୍ରସ୍ତୁତ କରିପାରିବେ। ଏହି ସୁବିଧାକୁ ଖାସ୍‌ କରି ଭିନ୍ନ ଭିନ୍ନ ବିଜ୍‌ନେସ୍‌ର ଆବଶ୍ୟକତାକୁ ଦେଖି ପ୍ରସ୍ତୁତ କରାଯାଇଛି। ଗ୍ରାହକ ଯେକୌଣସି ଏଲିଜିବଲ ସ୍ମାର୍ଟଫୋନ୍‌କୁ ନୂଆ iphone ସହ ବଦଳାଇ ମଧ୍ୟ ପାରିବେ। ଏଥି ସହ ୩୫,୦୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାଇପାରିବେ।

Apple

ସୂଚନାଯୋଗ୍ୟ ଯେ ଏବେ ଯାଏଁ ଆପଲ ପ୍ରଡକ୍ଟ ଅନ୍‌ଲାଇନ୍‌ କେବଳ ସପିଂ ସାଇଡ୍‌ ଆମାଜନ ଓ ଫ୍ଲିପ୍‌କାର୍ଟରେ ବିକ୍ରି କରାଯାଉଥିଲା। କିନ୍ତୁ ଏବେ ଆପଲ ପ୍ରଡକ୍ଟକୁ ସିଧାସଳଖ କମ୍ପାନୀ ସାଇଟ୍‌କୁ କିଣିପାରିବେ। ଆପଲର କହିବାନୁସାରେ ୨୪ରୁ ୭୨ ଘଣ୍ଟା ମଧ୍ୟରେ ଗ୍ରାହକଙ୍କ ନିକଟରେ କମ୍ପାନୀ ପ୍ରଡକ୍ଟ ଡେଲିଭରି ହୋଇଯିବ। କେବଳ ମ୍ୟାକ୍‌ ପାଇଁ ମାସେ ଅପେକ୍ଷା କରିବାକୁ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.