Below header

ଆମେରିକୀୟ ସିଙ୍ଗରଙ୍କ ମୁହଁରେ ଭାରତୀୟ ଭଜନ “ଓଁ ଜୟ ଜଗଦୀଶ ହରେ”, ଏମିତି ଦେଲେ ଦୀପାବଳି ଶୁଭେଚ୍ଛା

ଆଫ୍ରିକୀୟ-ଆମେରିକୀୟ ବଂଶଜ ତଥା ହଲିଉଡ ଅଭିନେତ୍ରୀ ଓ ଜଣା ଶୁଣା ଗାୟିକା ମେରୀ ମିଲବେନ ଏକ ସ୍ୱତନ୍ତ୍ର ଶୈଳୀରେ ବିଶ୍ୱବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି । ଆଉ ମେରୀଙ୍କ ଏହି ପ୍ରୟାସକୁ ବିଶ୍ୱର କୋଣ ଅନୁକୋଣରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ସଂପୂର୍ଣ୍ଣ ହିନ୍ଦୁ ପରିଧାନରେ ଖୋଲା ଆକାଶ ତଳେ “ଓଁ ଜୟ ଜଗଦୀଶ” ଭଜନ ଗାଈ ଆଳତି କରୁଥିବାର ନଜର ଆସିଛନ୍ତି ମେରୀ । ଆଉ ନିଜ ଟ୍ୱିଟର ଆକାଉଣ୍ଟରେ ମେରୀ ଏହି ଭିଡିଓର ଏକ ଛୋଟ କ୍ଲିପ ସେୟାର କରି ଏହାର କ୍ୟାପ୍ସନରେ ଲେଖିଛନ୍ତିକି, “ଦୀପାବଳି ଅବସରରେ ଭରଚୁଆଲି ପ୍ରଦର୍ଶନ କରିବା ମୋ ପାଇଁ କୌଣସି ସୌଭାଗ୍ୟ ଠାରୁ କମ ନୁହେଁ । ଦୀପାବଳି ଏମିତି ଏକ ପର୍ବ ଯେଉଁଥିରେ ବିଶ୍ୱବାସୀ ଏକାଠି ହୋଇ ସମସ୍ତଙ୍କର ସମୃଦ୍ଧି କାମନା କରିବା ସହିତ ଏକାସାଙ୍ଗରେ ଦୀପ ଜାଳି ପୃଥିବୀରୁ ଅନ୍ଧକାର ଦୂର କରିବା ନେଇ ଈଶ୍ବର ନିକଟରେ ପ୍ରାର୍ଥନା କରିଥାନ୍ତି ।”

କହିରଖିବା ଉଚିତ ହେବଯେ, ମେରୀଙ୍କ ଏହି ଭିଡିଓ ଟିକୁ ସେଡୋନା ସ୍ଥିତ ପବିତ୍ର ଚ୍ୟାପେଲର ସୁରମ୍ୟ ସ୍ଥଳରେ ସୁଟ କରାଯାଇଛି । ସମ୍ପୂର୍ଣ୍ଣ ପ୍ରାକୃତିକ ପରିବେଶରେ ଏକ ଦ୍ଭିନ୍ନ ଅନ୍ଦାଜରେ ମେରୀଙ୍କ ଦୀପାବଳି ଶୁଭେଚ୍ଛା ସମସ୍ତଙ୍କ ମନ ମୋହି ନେଇଛି । ଏହି କାରଣରୁ ହିଁ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଲୋକେ ମେରୀଙ୍କ ସ୍ୱର ଓ ତାଙ୍କର ଏହି ଅସାଧାରଣ ପ୍ରୟାସକୁ ମଧ୍ୟ ଖୁବ ପସନ୍ଦ କରିଥିବା ଜଣାଯାଇଛି । ଆଉ ଭିଡିଓଟି ସୋସିଆଲ ମିଡିଆରେ ସେୟାର ହେବା ମାତ୍ରେ ଏହାକୁ ୬ହଜାରରୁ ଅଧିକ ଜଣ ଦେଖିଥିବା ବେଳେ ୧ ହଜାରରୁ ଅଧିକ ସଂଖ୍ୟକ ଲାଇକ୍ସ ମିଳିସାରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.