୨୦୨୧ରେ ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ପଦ ଡୁପ୍ଲେସିଙ୍କୁ ହସ୍ତାନ୍ତର କରିବେ ଧୋନୀ: ସଞ୍ଜୟ ବାଙ୍ଗର

ଆଇପିଏଲ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗସର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା। ଏହି କାରଣ ଯୋଗୁଁ ଦଳ ପ୍ଲେ-ଅଫରୁ ବାଦ୍ ପଡିଥିଲା। ତେବେ ଆଇପିଏଲ ୨୦୨୧ରେ ଚେନ୍ନାଇ ତରଫରୁ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଖେଳିବା ସ୍ପଷ୍ଟ ହୋଇଥିବା ବେଳେ ସେ ଅଧିନାୟକ ରହିବେ ନା ନାହିଁ ତାକୁ ନେଇ ଲାଗି ରହିଛି ଅନେକ ଦ୍ବନ୍ଦ୍ବ। ଏହାମଧ୍ୟରେ ପୂର୍ବତନ ଭାରତୀୟ ବ୍ୟାଟସମ୍ୟାନ୍ ସଞ୍ଜୟ ବାଙ୍ଗର ଏକ ବଡ ପ୍ରତିକ୍ରିୟା ଦେଇଛନ୍ତି।
ପୂର୍ବତନ ଭାରତୀୟ ବ୍ୟାଟସମ୍ୟାନ୍ ସଞ୍ଜୟ ବାଙ୍ଗର କହିଛନ୍ତି ଯେ, ଆସନ୍ତା ସିଜିନରେ ଡୁପ୍ଲେସିସଙ୍କ ନେତୃତ୍ୱରେ ସିଏସକେ ମଇଦାନକୁ ଓହ୍ଲାଇପାରେ। କାରଣ ସିଏସକେ ପାଖରେ ଡୁପ୍ଲେସିସଙ୍କ ବ୍ୟତୀତ ଅନ୍ୟ କିଛି ବିକଳ୍ପ ନାହିଁ।
ସିଏସକେ ପାଇଁ ଆଇପିଏଲ ୨୦୨୦ କୌଣସି ଦୁଃସ୍ୱପ୍ନଠୁ କମ୍ ନଥିଲା। ଆଇପିଏଲର ଦ୍ୱିତୀୟ ସବୁଠାରୁ ସଫଳ ଟିମ୍ ପ୍ଲେ-ଅଫରେ ପହଁଚି ପାରିନଥିଲା। ଦଳ ସପ୍ତମ ସ୍ଥାନରେ ରହିଥିଲା। ଏହାକୁ ନେଇ ଧୋନୀଙ୍କ ନେତୃତ୍ୱ ଉପରେ ପ୍ରଶ୍ୱ ଉଠିଥିଲା।