Below header

କଳାହାଣ୍ଡି ଜୁନାଗଡ ପୋଲିସ୍ ଦ୍ବାରା ଜଣେ ଏଟିଏମ୍ ଲୁଟେରା ଗିରଫ, ଚଞ୍ଚକତା କରି ଲୋକଙ୍କଠାରୁ ଲୁଟି ନେଉଥିବା ଟଙ୍କା

କଳାହାଣ୍ଡି: କଳାହାଣ୍ଡି ଜୁନାଗଡ ପୋଲିସ୍ ଦ୍ବାରା ଜଣେ ଏଟିଏମ୍ ଲୁଟେରା ଗିରଫ । ଲୋକଙ୍କଠାରୁ ସେମାନଙ୍କ ଏଟିଏମ୍ କାର୍ଡ ଓ ପିନ୍ ନଂ ନେଇ ଟଙ୍କା ଉଠାଇ ଦେବା ବାହାନା କରି, ତାଙ୍କ ବ୍ଯାଙ୍କରେ ଟଙ୍କା ନଥିବା କହି ପୂର୍ବରୁ ଧରିଥିବା ନକଲି କାର୍ଡ ଲୋକଙ୍କୁ ଦେଇ ଦେଉଥିଲା ।

ଏହାପରେ ସେମାନେ ଗଲାପରେ ତାଙ୍କ ଠାରୁ ଚଞ୍ଚକତା କରି ରଖିଥିବା ଅସଲି କାର୍ଡରୁ ପିନ୍ ନଂ ଦେଇ ଟଙ୍କା ଲୁଟ କରି ନେଉଥିଲା ଲୁଟେରା । ଏନେଇ ପୋଲିସ୍ ଖବର ପାଇ ଏହି ଏଟିଏମ୍ ଲୁଟେରାକୁ ଧରିବାରେ ସଫଳ ହୋଇଛି । ଜୁନାଗଡର ୪ ରୁ ୫ ଜଣ ଏହି ଏଟିଏମ୍ ଲୁଟେରାର ଶିକାର ହୋଇଥିବା ଆଇଆଇସି ଉତ୍ତମ କୁମାର ସାହୁ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.