Below header

ଦୀପାବଳିରେ ଅକ୍ଷୟକୁମାର ଜାରି କଲେ ତାଙ୍କ ଆଗାମୀ ଫିଲ୍ମ ‘ରାମ ସେତୁ’ର ପୋଷ୍ଟର

ନୂଆଦିଲ୍ଲୀ : ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଦୀପାବଳି ଅବସରରେ ଦେଶବାସୀଙ୍କୁ ଶୁଭକାମନା ଦେବା ସହ ନିଜର ଆଗାମୀ ଫିଲ୍ମ ‘ରାମ ସେତୁ’ ର ଫାଷ୍ଟ ଲୁକ୍‌ ପୋଷ୍ଟର ସେୟାର କରିଛନ୍ତି । ଏହି ଫିଲ୍ମରେ ଅକ୍ଷୟ କୁମାର ମୁଖ୍ୟ ରୋଲ୍‌ରେ ଦେଖା ଦେବେ ।

ramsetu

ଇନ୍‌ଷ୍ଟାଗ୍ରାମରେ ନିଜ ଫିଲ୍ମ ‘ରାମ ସେତୁ’ ର ପ୍ରଥମ ଲୁକ୍‌ ଜାରି କରି ଅକ୍ଷୟ ଲେଖିଛନ୍ତି‘ ଏହି ଦୀପାବଳି ଭାରତ ରାଷ୍ଟ୍ରର ଆଦର୍ଶ ଓ ମହାନାୟକ ଭଗବାନ ଶ୍ରୀରାମଙ୍କ ପୂଣ୍ୟ ସ୍ମୃତିକୁ ଯୁଗ ଯୁଗ ଧରି ଭାରତର ଚେତନାରେ ସୁରକ୍ଷିତ ରଖିବାକୁ ଏପରି ସେତୁ ନିର୍ମାଣ କରିଥିଲେ । ଏହି ଅବସରରେ ଆମର ମଧ୍ୟ ଏପରି ଏକ ଛୋଟ ପ୍ରୟାସ ‘ରାମ ସେତୁ ’ ଫିଲ୍ମ ।

ramsetu.JPG-1

ଅକ୍ଷୟଙ୍କ ଏହି ‘ରାମ ସେତୁ’ ର ପୋଷ୍ଟର ସୋସିଆଲ ମିଡିଆରେ ସେୟାର କରାଯିବା ପରେ ୭ ଲକ୍ଷରୁ ଅଧିକ ଲାଇକ ମିଳିସାରିଲାଣି । ଏହି ପୋଷ୍ଟରରେ ଅକ୍ଷୟଙ୍କ ପଛରେ ଭଗବାନଙ୍କ ରାମଙ୍କ ଫଟୋ ଥିବା ଦେଖାଯାଇଛି ।

ଆଗାମୀ ଫିଲ୍ମ ‘ରାମ ସେତୁ’ର ନିର୍ଦ୍ଦେଶନା ଅଭିଷେକ ଶର୍ମା କରୁଛନ୍ତି । ଫିଲ୍ମର ନିର୍ମାତା ଅଛନ୍ତି ଅରୁଣା ଭାଟିଆ ଓ ବିକ୍ରମ ମାଲହୋତ୍ରା । ଏହା ପୂର୍ବରୁ ଅଭିଷେକ ଶର୍ମା ଅକ୍ଷୟଙ୍କ ଫିଲ୍ମ ‘ମଙ୍ଗଳ ମିଶନ’ର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.