ଏ କେମିତିକା ମା, ରାସ୍ତା ଉପରେ ପିଲାକୁ ପକାଇ ୩ ବର୍ଷର ଛୁଆକୁ ଗୋଇଠା ଚାପୁଡା ମାରୁଛି ମାଆ

କେନ୍ଦୁଝର (କେନ୍ୟୁଜ୍‌) : ତ୍ୟାଗ ଓ ତପସ୍ୟାର ପ୍ରତିକ ହେଉଛନ୍ତି ମା । ହେଲେ ମା ନିଜେ ଦୁଃଖ ଯନ୍ତ୍ରଣା ସହି ସନ୍ତାନ ମାନଙ୍କ ପାଇଁ ତା ପିନ୍ଧା କାନିକୁ ସ୍ନେହର ବିଛଣା କରିଦିଏ । ପେଟରେ ଓଦା କନା ପକାଇ ସନ୍ତାନ ମୁହଁରେ ଦାନା ଦିଏ ମା । ହେଲେ ଦାରିଦ୍ରତା ସାଙ୍ଗକୁ ମଦ ନିଶା ଏତେ ନିଷ୍ଠୁର ଓ ହୃଦୟ ହିନା କରିଦିଏ ଜଣେ ମାକୁ ଏହା ପ୍ରମାଣିତ କରିଛି ଏହି ଚିତ୍ର ।

ମଦ ପିଇବାକୁ ସ୍ୱାମୀ ପଇସା ଦେଇନଥିଲେ ସେପଟେ ମା ପଛରେ ଆସିଥିବା ୩ ବର୍ଷର ଛୁଆ ଚକଲେଟ ପାଇଁ ଜିଦି କରିବାରୁ ଛୁଆକୁ ନିଷ୍ଠୁର ମା ରାସ୍ତାରେ ତଳେ ପକାଇ ଗୋଇଠା ପରେ ଗୋଇଠା ମାରିଚାଲିଥିବା ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । କେବଳ ଏତିକିରେ ମାର ରାଗ ସାନ୍ତ ହୋଇ ନଥିଲା। ତେଣୁ କଁଅଳିଆ ଶିଶୁର କଁଅଳିଆ ଦେହ ଉପରେ ମା ଜଣକ ଛିଡା ହୋଇ ଯାଇଥିଲେ । ଏପରି ଏକ ହୃଦୟ ବିଦାରକ ଛାତିଥରା ଘଟଣା ଘଟିଛି କେନ୍ଦୁଝର ଜିଲ୍ଲ ବାଂଶପାଳ ବ୍ଲକ ଅନ୍ତର୍ଗତ ବାୟା ପଣ୍ଡାଧାର ଗାଁ ହାଟରେ ।

ବାୟାପଣ୍ଡାଧାର ଜୁଆଙ୍ଗ ସାହିର ନୁନ୍ଦୁ ଜୁଆଙ୍ଗଙ୍କ ସ୍ତ୍ରୀ ରଇ ଜୁଆଙ୍ଗ ସ୍ୱାମୀ ମଦ ପାଇଁ ପଇସା ନ ଦେବା ରାଗ ପୁଅ ଉପରେ ସୁଝାଇଛି । ତେବେ ଘଟଣା ସମ୍ପର୍କରେ ଅବଗତ ହେବା ପରେ ବାଂଶପାଳ ଚାଇଲ୍ଡ ଲାଇନ ଘଟଣା ସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିଛି । ଅନ୍ୟ ପକ୍ଷରେ ଶିଶୁଟିକୁ ଉଦ୍ଧାର କରାଯିବା ସହ ଶୁଆକାଟି ଫାଣ୍ଡିରେ ଏତଲା ଦେଇଛି ଚାଇଲ୍ଡ ଲାଇନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.