ପତ୍ନୀଙ୍କ ପ୍ରେମିକ ବିରୋଧରେ ଅଭିଯୋଗ ଆଣି ପାଇଲେ ୫.୩୧ କୋଟିର କ୍ଷତିପୂରଣ

ଆମେରିକାରେ ଏକ ଅଜବ ପ୍ରକାରର ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ବ୍ୟକ୍ତି ନିଜ ପୂର୍ବ ପତ୍ନୀଙ୍କ ପ୍ରେମିକ ଉପରେ ପ୍ରେମ ଚୋରାଇବାର ଅଭିଯୋଗ ଆଣିଛନ୍ତି । ଯାହା ଫଳରେ ଅଦାଲତର ଆଦେଶ ଅନୁଯାୟୀ ଏବେ ତାଙ୍କୁ ୫.୩୧ କୋଟି ଟଙ୍କାର କ୍ଷତିପୂରଣ ମିଳିବ । ସେହି ବ୍ୟକ୍ତିଙ୍କ ନାମ ହେଉଛି କେବିନ ହେବାର୍ଡ । ସେ ଆମେରିକାର ଉତ୍ତର କ୍ୟାରିଲିନାରେ ରୁହନ୍ତି । ବାହାଘରର ୧୨ ବର୍ଷ ପରେ ନିକଟରେ ନିଜ ପତ୍ନୀଙ୍କ ସହ ତାଙ୍କର ଛାଡପତ୍ର ହୋଇଯାଇଛି । କେବିନ ନିଜ ପତିକ୍ରୟାରେ କହିଛନ୍ତି ଯେ ପତ୍ନୀଙ୍କ ନିଜ ସମ୍ପର୍କକୁ ବଞ୍ଚାଇବା ପାଇଁ ବହୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ପତ୍ନୀ ହିଁ ତାଙ୍କଠୁ ପ୍ରଥମେ ଛାଡପତ୍ର ଚାହିଁଥିଲେ ।

 

କେବିନ ଏହା ମଧ୍ୟ କହିଛନ୍ତି ଯେ ନିଜ ପତ୍ନୀଙ୍କ ସହ ସମ୍ପର୍କ ଭାଙ୍ଗିବା ପରେ ସେ ଏକ ପ୍ରକାର ଯେମିତି ଭାଙ୍ଗି ପଡିଥିଲେ । ଖାଲି ସେତିକି ନୁହେଁ ସେ ସହଜରେ ଏହାକୁ ଗ୍ରହଣ ମଧ୍ୟ କରିପାରୁନଥିଲେ । ତେଣୁ କରି ଏହା ପଛର ସତ୍ୟାସତ୍ୟ ଜାଣିବା ପାଇଁ ସେ ଏକ ପ୍ରାଇଭେଟ ଡିଟେକଟିଭ ଏଜେନ୍ସିର ସହାୟତା ନେଇଥିଲେ । ସେହିଠିରୁ ହିଁ ତାଙ୍କୁ ଜଣା ପଡିଥିଲା କି ତାଙ୍କ ପତ୍ନୀଙ୍କର ଆଉ ଜଣେ ପ୍ରେମିକ ଅଛନ୍ତି । ଏହିଥିରୁ ହିଁ ସେ ଜାଣିପାରିଥିଲେ କି ଅନ୍ୟ ଜଣଙ୍କ ସହ ସମ୍ପର୍କ ରଖିବା ପାଇଁ ହିଁ ତାଙ୍କ ପତ୍ନୀ ତାଙ୍କୁ ଧୋକା ଦେଇଛନ୍ତି । ପୁରା ଘଟଣା ପଦାରେ ପଡିବା ପରେ କେବିନ ପତ୍ନୀଙ୍କ ପ୍ରେମିକ ବିରୋଧରେ ଧୋକାଧାରୀର ଏକ ମାମଲା ଦାୟର କରିଥିଲେ

 

ସେ ଏହା ମଧ୍ୟ ଜାଣିପାରିଛନ୍ତି କି ସେହି ବ୍ୟକ୍ତି ତାଙ୍କ ପୂର୍ବ ପତ୍ନୀଙ୍କ ଅଫିସରେ ହିଁ କାମ କରନ୍ତି । ବହୁ ସମୟରେ ତାଙ୍କ ଘରକୁ ମଧ୍ୟ ତାଙ୍କର ଯିବା ଆସିବା ମଧ୍ୟ ଥିଲା । ପ୍ରଥମେ ପ୍ରଥମେ କେବିନ ତାଙ୍କୁ ନିଜ ପତ୍ନୀଙ୍କ ସାଙ୍ଗ ବୋଲି ଭାବୁଥିଲେ । କିନ୍ତୁ ପରେ ସେ ପ୍ରକୃତ ସତ କଥା ଜାଣି ପାରିଥିଲେ । କିନ୍ତୁ ପରେ କେବିନ କହିଥିଲେ କି ପଇସା ପାଇଁ ନୁହେଁ ବରଂ ବିଶ୍ଵାସ ଭାଙ୍ଗିବା ଅଭିଯୋଗରେ ହିଁ ସେ ନିଜ ପତ୍ନୀଙ୍କ ପ୍ରେମିକ ଉପରେ କେଶ ଦାୟର କରିଥିଲେ । ସୂଚନା ଅନୁଯାୟୀ ଆମେରିକାର ୭ ଗୋଟି ରାଜ୍ୟ ଯେପରିକି ଉତ୍ତର କ୍ୟାରୋଲିନା, ହଵାଈ,ଇଲିନଇ, ନ୍ୟୁ ମେକ୍ସିକୋ,ମିସିସିପି, ଦକ୍ଷିଣ ଡକୋତା,ୟୁଟା ପରି ରାଜ୍ୟ ମାନଙ୍କରେ ‘ଏଲିନେସନ ଅଫ ଏକସେସନ’ ନାମକ ଏକ ଆଇନ ଅଛି ।

ଏହା ସହ ପଢନ୍ତୁ: ମହିଳା ରିପୋର୍ଟରଙ୍କୁ ଲାଇଭ୍‌ ସୋରେ କିସ୍‌ କଲେ ବ୍ୟକ୍ତି, ସୋସିଆଲ ମିଡିଆରେ ଭିଡିଓ ହେଉଛି ଭାଇରାଲ୍‌

ଏହି ଆଇନ ଅନୁଯାୟୀ ପତିଙ୍କର ନିଜ ପତ୍ନୀଙ୍କ ପ୍ରେମ ଉପରେ ଓ ପତ୍ନୀ ଙ୍କର ନିଜ ପତିଙ୍କ ପ୍ରେମ ଉପରେ ଅଧିକାର ଅଛି । ଯଦି କେହି ସେମାନଙ୍କ ଭିତରେ ପଶିବାକୁ ଚେଷ୍ଟା କରେ ତେବେ ଏହା ଆଇନ ଦୃଷ୍ଟିରୁ ଅପରାଧ ଭାବେ ଧରାଯାଏ । ଏହି ଆଇନକୁ ‘ହୋମରେକର ଲ’ ବି କୁହାଯାଏ । ଏଥିରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ମୋଟା ଅଙ୍କର ଜୋରିମାନା ମଧ୍ୟ ଦେବାକୁ ପଡିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.