Below header

ଟେଷ୍ଟ କ୍ରିକେଟରେ ରୋହିତ ଶର୍ମାଙ୍କ ବିରଳ ରେକର୍ଡ, ଇତିହାସ ରଚିଲେ ହିଟ୍‌ ମ୍ୟାନ୍‌

ଟେଷ୍ଟ କ୍ରିକେଟରେ ରୋହିତ ଶର୍ମାଙ୍କ ବିରଳ ରେକର୍ଡ । ଇତିହାସ ରଚିଲେ ହିଟ୍‌ ମ୍ୟାନ୍‌ । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ପ୍ରଥମ ଥର ପାଇଁ ଓପନିଂ କରିଥିଲେ ରୋହିତ । ଓପନର ଭାବେ ଉଭୟ ଇନିଂସରେ ଶତକ ହାସଲ କରିବାରେ ରୋହିତ ହୋଇଛନ୍ତି ବିଶ୍ୱର ପ୍ରଥମ ଖେଳାଳି । ରୋହିତ ଶର୍ମାଙ୍କ ପୂର୍ବରୁ ବିଶ୍ୱର କୌଣସି ଖେଳାଳି ଏପରି ରେକର୍ଡ କରିନାହାନ୍ତି । ରୋହିତ ଶର୍ମା ପ୍ରଥମ ଇନିଂସରେ ୧୭୬ ରନ୍‌ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୧୨୭ ରନ୍‌ କରିଥିଲେ । ସେପଟେ ରୋହିତ ଶର୍ମାଙ୍କ ଶତକ ଫଳରେ ଭାରତ ୪ ଓ୍ଵିକେଟ୍‌ ହରାଇ ୩୨୩ ରନ୍‌ କରିଛନ୍ତି । ତେଣୁ ଆଜି ଶେଷ ଦିନରେ ଭାରତ ବିଜୟ ହେବା ପାଇଁ ପ୍ରୟାସ କରିବ । ପ୍ରଥମ ଇନିଂସରେ ଭାରତ ୫୦୨ ରନ୍‌ କରିଥିବା ବେଳେ ଜବାବରେ ଦକ୍ଷିଣ ଆଫ୍ରିକା ୪୩୧ ରନ୍‌ କରିଥିଲା । ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଭ୍ରମଣକାରୀ ଦଳ ଏକ ଓ୍ଵିକେଟ୍‌ ହରାଇ ୧୧ ରନ୍‌ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.