Below header

ଫେଷ୍ଟିଭ ଅଫରରେ ଏୟାରଟେଲ ଓ ଜିଓକୁ ଟକ୍କର ଦେଉଛି BSNL, ଜାଣନ୍ତୁ କଣ ରହିଛି BSNLର ଫେଷ୍ଟିଭ ଅଫର

ଭାରତୀ ଏୟାରଟେଲ ଓ ରିଲିଆନ୍ସ ଜିଓର ଫେଷ୍ଟିଭ ଅଫର୍ସକୁ ଟକ୍କର ଦେବା ପାଇଁ ସରକାରୀ ଟେଲିକମ କମ୍ପାନୀ BSNL ଫେଷ୍ଟିଭ ଅଫରର ଘୋଷଣା କରିଛି । ଏହାଦ୍ୱାରା ୧୬୯୯ ଟଙ୍କାର ପ୍ରିପେଡ଼ ପ୍ଳାନର ବୈଧତା ୩୬୫ ଦିନ ବଦଳରେ ୪୫୫ ଦିନ କରି ଦିଆଯାଇଛି । ଏହା ବ୍ୟତୀତ କମ୍ପାନୀ ୧୦୬ ଟଙ୍କା ଓ ୧୦୭ ଟଙ୍କା ପ୍ଳାନର ମଧ୍ୟ ଘୋଷଣା କରିଛି । କେବଳ ସେତିକି ନୁହେଁ ୧୮୬ ଓ ୧୮୭ ଟଙ୍କାର ପ୍ରିପେଡ଼ ପ୍ଲାନରେ ମଧ୍ୟ ଅତିରିକ୍ତ ଡାଟାର ସୁବିଧା ମିଳିବ । ଏହା ପୂର୍ବରୁ ମଧ୍ୟ କମ୍ପାନୀ ୧.୫ ଜିବିର ଅତିରିକ୍ତ ଡାଟା ମଧ୍ୟ ୟୁଜର୍ସଙ୍କୁ ଭେଟି ଦେଇସାରିଛି ।

୧୬୯୯ ଟଙ୍କାର ପ୍ରିପେଡ ପ୍ଲାନ

ଯଦି ୟୁଜର୍ସ ୩୧ ଅକ୍ଟୋବର ପର୍ଯ୍ୟନ୍ତ ୧୬୯୯ ଟଙ୍କାର ରିଚାର୍ଜ କରୁଛନ୍ତି ତାହେଲେ ସେମାନଙ୍କୁ ଏକ୍ସଟେଣ୍ଡେଡ ୪୫୫ ଦିନର ବୈଧତା ଦିଆଯିବ । ଏହା ପୂର୍ବରୁ ୟୁଜର୍ସ ମାନଙ୍କୁ ଏହି ପ୍ଲାନରେ ୩୬୫ ଦିନର ବୈଧତା ପ୍ରାପ୍ତ ହେଉଥିଲା । ଏହି ପ୍ଲାନରେ ପ୍ରତିଦିନ ୨ ଜିବି ଡାଟା, ଅନଲିମିଟେଡ଼ ଭଏସ କଲିଂ ଓ ପ୍ରତିଦିନ ୧୦୦ଟି ଏସଏମଏସର ସୁବିଧା ଦିଆଯିବ । ଏହାସହିତ କମ୍ପାନୀ ଅକ୍ଟୋବର ମାସରେ ୧.୫ ଜିବି ଅତିରିକ୍ତ ଡେଲି ଡାଟା ଉପଲବ୍ଧ କରାଇବ ଓ ଏହାପରେ ୟୁଜର୍ସ ମାନଙ୍କୁ ୩.୫ ଜିବି ଡାଟା ପ୍ରଦାନ କରାଯିବ ।

Image result for bsnl

୧୦୬ ଟଙ୍କା ଓ ୧୦୭ ଟଙ୍କାର ପ୍ରିପେଡ଼ ପ୍ଲାନ

ଏହି ପ୍ଲାନରେ ୧ ଜିବି ଡାଟା ଏବଂ ୨୪ ଦିନର ବୈଧତା ଦିଆଯାଉଛି । ଏହାସହିତ ଅନଲିମିଟେଡ଼ ଭଏସ କଲିଂର ସୁବିଧା ମଧ୍ୟ ଦିଆଯାଉଛି । ତେବେ ୧୮୬ ଓ ୧୮୭ ଟଙ୍କାର ପ୍ରିପେଡ଼ ପ୍ଲାନକୁ ମଧ୍ୟ ରିଭାଇଜ କରାଯାଇଛି । ଏହାଦ୍ୱାରା ୟୁଜର୍ସ ମାନଙ୍କୁ ୩ ଜିବି ଡାଟା ଏବଂ ଅନଲିମିଟେଡ଼ ଭଏସ କଲିଂ ସହିତ ୧୦୦ SMS ପ୍ରତିଦିନ ଉପଲବ୍ଧ କରାଯିବ ।

BSNL ଏହି ୬ ଟି ପ୍ଲାନ ଦେବ ଅତିରିକ୍ତ ଡାଟା

କମ୍ପାନୀ ନିଜର ୩୪୯, ୩୯୯, ୪୪୭, ୪୮୫, ୬୬୬ ଏବଂ ୧୬୯୯ ଟଙ୍କାର ପ୍ରିପେଡ଼ ପ୍ଲାନରେ ଅତିରିକ୍ତ ଡାଟା ଉପଲବ୍ଧ କରାଇବ । ଏଥିରେ ପ୍ରତିଦିନ ୧.୫ ଜିବି ଅତିରିକ୍ତ ଡାଟା ଦିଆଯିବ । ଯଦିଓ ଏହି ଅତିରିକ୍ତ ଡାଟା କେବଳ ଅକ୍ଟୋବର ମାସରେ ହିଁ ପ୍ରଦାନ କରାଯିବ ଏବଂ ନଭେମ୍ବର ଓ ଡିସେମ୍ବର ମାସରେ ୧ ଜିବି ଡାଟା ପ୍ରଦାନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.