ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ

ଭୁବନେଶ୍ବର (କେନ୍ୟୁଜ୍) : ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି କମିଶନରେଟ ପୋଲିସ । ବିମାନବନ୍ଦର ଠାରୁ ରାଜଭବନ, କିଟ୍‌ ବିଶ୍ୱବିଦ୍ୟାଳୟ ଓ କଟକ ପର୍ଯ୍ୟନ୍ତ ସୁରକ୍ଷାର ଯାଞ୍ଚ କରିଛି ପୋଲିସ । ବିମାନବନ୍ଦର ଠାରୁ କିଟ୍‌ ପର୍ଯ୍ୟନ୍ତ କାର୍କେଡ ରିହଲସଲ କରାଯାଇଛି । ସକାଳ ୧୦ଟା ୧୫ ମିନିଟରେ ବିମାନ ବନ୍ଦରରେ ପହଞ୍ଚିବେ ଉପରାଷ୍ଟ୍ରପତି । ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରେ କିଟ୍‌ ବିଶ୍ୱବିଦ୍ୟାଳୟ ଅଭିମୁଖେ ଯିବେ ।

policeକିଟରେ ଚାଲିଥିବା ବିଶ୍ୱ କବି ମହାକୁମ୍ଭର ଉଦଯାପନୀ ଉତ୍ସବରେ ଯୋଗଦେବେ ଉପରାଷ୍ଟ୍ରପତି । କିଟରେ କାର୍ଯ୍ୟକ୍ରମ ଶେଷ ହେବା ପରେ ରାଜଭବନରେ ମଧ୍ୟାହ୍ନ ଭୋଜନ କରିବେ ଉପରାଷ୍ଟ୍ରପତି । ଏହାପରେ କଟକରେ ଦୈନିକ ଖବର କାଗଜ ସମାଜର ୧୦୦ ତମ ବାର୍ଷିକ ଉତ୍ସବରେ ଯୋଗଦେବେ । କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.