Below header

ଆଜି ମଣ୍ଡପରେ ମହାଅଷ୍ଟମୀ ପୂଜା, ପାର୍ବଣର ପୁଲକରେ ପୁଲକିତ ଗାଁଠୁ ସହର ଓ ନଗର

ଭୁବନେଶ୍ବର (କେନ୍ୟୁଜ୍) : ପାର୍ବଣର ପୁଲକରେ ପୁଲକିତ ଗାଁଠୁ ସହର ଓ ନଗର । ଚାରିଆଡ଼େ ଆଧ୍ୟାତ୍ମିକ ପରିବେଶ । ଜଗତଜନନୀ ମାଆ ଦୁର୍ଗାଙ୍କ ଧରାବତରଣରେ ଉତ୍ସବ ମୁଖରିତ ପୀଠ ଓ ମଣ୍ଡପ । ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ମହା ଆଡମ୍ବରରେ ଚାଲିଛି ମହାମାୟାଙ୍କ ପୂଜା । ଆଜି ମଣ୍ଡପରେ ମହାଅଷ୍ଟମୀ ପୂଜା। ଏଥିପାଇଁ ପୂଜା ମଣ୍ଡପଗୁଡ଼ିକ ବି ରୀତିନୀତିରେ ମାଆଙ୍କ ଆବାହନ କରାଯାଛି । ବ୍ରାହ୍ଣଣଙ୍କ ମନ୍ତ୍ର ଉଚ୍ଚାରଣ ସାଙ୍ଗକୁ ଘଣ୍ଟଘଣ୍ଟା ଶବ୍ଦରେ ଉଛୁଳି ଉଠୁଛି ଚତୁର୍ଦିଗ। ପଡୁଛି ଉଠୁଛି ଟ୍ଵିନ ସିଟି । ସନ୍ଧ୍ୟା ହେଲେ ରଙ୍ଗୀନ୍‌ ଆଲୋକମାଳାରେ ଝଲସୁଛି ରାଜଧାନୀ। ରାତି ବଢିବା ସହ ମଣ୍ଡପରେ ଜମୁଛି ଭିଡ ।ଚଳିତବର୍ଷ ଭୁବନେଶ୍ୱରରେ ୧୭୦ରୁ ଅଧିକ ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତନାଶିନୀ । ଚଳିତବର୍ଷ କଟକରେ ୩୦ରୁ ଅଧିକ ସ୍ଥାନରେ ସୁନା ଚାନ୍ଦିରେ ଝଟୁକଛନ୍ତି ମାଆ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.