Below header

ଯେଉଁଠି ମଣିଷ ମୁହଁ ବୁଲାଇ ଚାଲି ଯାଉଛନ୍ତି ସେଇଠି ପଶୁ କରୁଛି ସାହାଯ୍ୟ ! ପାଣିରେ ପଡି ଛଟପଟ ହେଉଥିବା କାଉକୁ ବଞ୍ଚାଇଲା ଭାଲୁ, ଦେଖନ୍ତୁ ଭାବବିହ୍ଵଳ ଭିଡିଓ

ବର୍ତ୍ତମାନ ସୋସିଆଲ ମିଡିଆରେ କାଉ ଏବଂ ଭାଲୁକୁର ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏହି ଦୁଇ ପଶୁଙ୍କର ଏହି ଭିଡିଓ ଦେଖିଲେ ଆପଣ ବି କହିବେ ମଣିଷଙ୍କୁ ଏହି ପଶୁଙ୍କ ଠାରୁ କିଛି ଶିକ୍ଷା କରିବା ଉଚିତ। ସାଧାରଣତଃ ଲୋକମାନେ କାହାକୁ ଅସୁବିଧାରେ ଦେଖିଲେ ମୁହଁ ବୁଲାଇ ଯାଉଛନ୍ତି। ଭାବନ୍ତି କିଏ ଏବେ ଟେନସନକୁ ପଶିବ। କିନ୍ତୁ ଏମିତି ଭାବୁଥିବା ଲୋକଙ୍କୁ ଶିକ୍ଷା ଦେଇଛି ଏକ ପଶୁ।

beerଏହି ଭିଡିଓରେ ଆପଣ ଦେଖିପାରିବେ ଯେ କେମିତି ଭାବେ ଭାଲୁଟି ନିଜ ଜୀବନକୁ ବାଜି ଲଗାଇ କାଉକୁ ପାଣି ଭିତରୁ ଉଦ୍ଧାର କରିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ଏକ କାଉ ପାଣିରେ ପଡିଯାଇଛି। ଆଉ ନିଜ ଜୀବନ ବଞ୍ଚାଇବା ପାଇଁ ଛଟପଟ ହେଉଛି। ଠିକ୍‌ ସେତିକିବେଳେ ଉପରେ ଥିବା ଭାଲୁ ନିଜ ଦୁଇ ହାତ ସାହାଯ୍ୟରେ ପାଣିରେ ଛଟପଟ ହେଉଥିବା କାଉକୁ ଧରି ବାହାରକୁ ବାହାର କଲା। ବାହାରକୁ ଆସିବାର କିଛି ସମୟ ପରେ କାଉଟି ସୁସ୍ଥ ଅନୁଭବ କରି ନିଜ ଡେଣା ଝାଡିବାକୁ ଲାଗିଲା।


ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଭିଡିଓ ବହୁତ ପୁରୁଣା କିନ୍ତୁ ଏହାର ଲୋକପ୍ରିୟତାକୁ ଦେଖି ଏହାକୁ ପୁଣି ଥରେ ପୋଷ୍ଟ କରାଯାଇଥିଲା। ଆଉ ଏବେ ବି ଏହି ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭାଲୁଟି କାଉର ଜୀବନ ବଞ୍ଚାଇ ତାକୁ ନୂଆ ଜୀବନ ଦେଇଛି। ଏହି କାରଣରୁ ଅସୁବିଧାରେ ପଡିଥିବା ଲୋକଙ୍କୁ ସାହାଯ୍ୟ କରିବା ନିହାତି ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.