Below header

ମାଲକାନଗିରି ସୀମାନ୍ତରେ ପୋଲିସକୁ ମିଳିଲା ବଡ ସଫଳତା, ଏନକାଉଣ୍ଟରରେ ନିହତ ହେଲେ ୪ ଜଣ ହାର୍ଡକୋର ମାଓନେତା

ମାଲକାନଗିରି: ମାଲକାନଗିରି ସୀମାନ୍ତ ଅଂଚଳରେ ଛତିଶଗଡ଼ର ରାଜନନ୍ଦ ଗାଓଁ ପୋଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଚାରି ହାର୍ଡକୋର ମାଓବାଦୀ ମୃତ୍ୟୁବରଣ କରିଛନ୍ତି । ଏହା ସହ ଘଟଣାସ୍ଥଳରୁ ୪ଟି AK-47 ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ଓ ସାମଗ୍ରୀ ଜବତ କରିଛି ପୋଲିସ । ଏବାବଦରେ ସୂଚନା ଦେଇଛନ୍ତି ରାଜନନ୍ଦଗାଓଁ ଏସ୍ପି | ଜିଲ୍ଲାର ଏକ ନକ୍ସଲ ଫୋର୍ସ ପାରଦନି ଜଙ୍ଗଲରେ ପୋଲିସଙ୍କ ଉପରେ ଆକ୍ରମଣ କରିବା ନେଇ ଯୋଜନା କରୁଥିବା ଜାଣିବା ପରେ ଯବାନଙ୍କ ପକ୍ଷରୁ ସେହି ସ୍ଥାନ ମାନଙ୍କରେ ଯବାନଙ୍କ ପକ୍ଷରୁ ଚଢ଼ାଉ ଜାରି କରାଯାଇଥିଲା ।

chatisgarh

ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ହେବା ସମୟରେ ଏଥିରେ ଚାରି ଜଣ ହାର୍ଡକୋର ମାଓବାଦୀ ପ୍ରାଣ ହରାଇଥିଲେ । ତେବେ ଆଉ କିଛି ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରି ଜଙ୍ଗଲ ମଧ୍ୟରେ ପୋଲିସ ପକ୍ଷରୁ କମ୍ବିଙ୍ଗ ଅପରେସନ ଜୋରଦାର କରାଯାଇଛି । କହିରଖିବା ଉଚିତ ହେବକି, ୨୦୧୩ ମସିହା ଜିରୋମ ଘାଟିରେ ବରିଷ୍ଠ କଙ୍ଗ୍ରେସ ନେତା ମହେନ୍ଦ୍ର କର୍ମା ଓ ତାଙ୍କ ପିଏସଓଙ୍କୁ ହତ୍ୟା କରାଯାଇଥିଲା । ଏହି ଘାଟରେ ହିଁ ଉପରୋକ୍ତ ଚାରି ମାଓବାଦୀ ମାଷ୍ଟରମାଇଣ୍ଡ ଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.