Below header

ଖାଇବା ବନେଇ ବନେଇ ରୋଷେୟାଙ୍କ ହାଲତ ଖରାପ, କ୍ୱାରେଣ୍ଟାଇନ ସେଣ୍ଟରରେ ଏକା ୧୦ ଜଣଙ୍କ ଖାଦ୍ୟ ଖାଉଛନ୍ତି ଏହି ଯୁବକ

କରୋନା ଭୟରେ ଅନ୍ୟ ରାଜ୍ୟରୁ ନିଜ ରାଜ୍ୟକୁ ଆସୁଥିବା ଲୋକଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଉଛି । ଯେଉଁଠାରେ ସେମାନଙ୍କର ଖାଦ୍ୟ ଓ ପାନୀୟ ମଧ୍ୟ ସରକାରଙ୍କ ଦ୍ୱାରା ବ୍ୟବସ୍ଥା କରାଯାଇଛି । ଖରାପ ବ୍ୟବସ୍ଥା କିମ୍ବା ଅନ୍ୟାନ୍ୟ କାରଣରୁ ଦେଶର ଅନେକ କ୍ୱାରେଣ୍ଟାଇନ କେନ୍ଦ୍ର ଉପରେ ଆଲୋଚନା ଚାଲିଛି । କିନ୍ତୁ ବିହାର ବକ୍ସରର ଏକ କ୍ୱାରେଣ୍ଟାଇନ କେନ୍ଦ୍ର ଏକ ନିର୍ଦ୍ଦିଷ୍ଟ କାରଣରୁ ସାରା ଦେଶରେ ପ୍ରସିଦ୍ଧ ହୋଇଛି । ସୂଚନା ଅନୁଯାୟୀ ଏଠାରେ ରହୁଥିବା ୨୧ ବର୍ଷିୟ ଅନୁପ ଓଝା ଅତ୍ୟଧିକ ଖାଇବା କାରଣରୁ ଚର୍ଚ୍ଚାକୁ ଆସିଛନ୍ତି ।

ସେ ଅଧିକ ଖାଆନ୍ତି ଏହା ସେତେବେଳେ ଜଣାପଡିଲା ଯେତେବେଳେ ସେ କ୍ୱାରେଣ୍ଟାଇନ ସେଣ୍ଟରରେ ଗୋଟିଏ ଦିନରେ ୮୫ଟି ଲିଟି ଏକାବେଳେ ଖାଇଦେଲେ । ୪୦ଟି ରୋଟି ଏବଂ ୧୦-୨୦ ପ୍ଲେଟ୍ ଭାତ ଖାଇବା ତ ତାଙ୍କ ପାଇଁ ଏକ ସାଧାରଣ କଥା । କ୍ୱାରେଣ୍ଟାଇନ କେନ୍ଦ୍ରକୁ ଛାଡିଦେଲେ ସେ ଘରେ ରହିବ ସମୟରେ ମଧ୍ୟ ଏତିକି ପରିମାଣର ଖାଦ୍ୟ ଖାଇଥା’ନ୍ତି । ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଅନୁପ ଏକାଥରେ ୧୦୦ଟି ସିଙ୍ଗଡ଼ା ଖାଇପାରନ୍ତି ।


ସୂଚନା ଅନୁଯାୟୀ, ଅନୁପ ରାଜସ୍ଥାନରେ ରହି କାମ କରନ୍ତି । ସେଠାରୁ ଫେରିବା ପରେ ତାଙ୍କୁ ବକ୍ସାରର କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା । ଏହା ନୁହେଁ ଯେ ଅତ୍ୟଧିକ ଖାଇବା କାରଣରୁ ଅନୁପ ଅତ୍ୟଧିକ ମୋଟା କିମ୍ବା ଚର୍ବିଯୁକ୍ତ ମଣିଷ । ତାଙ୍କର ଉଚ୍ଚତା ସ୍ୱାଭାବିକ ଏବଂ ଓଜନ ପ୍ରାୟ ୭୦ କିଲୋଗ୍ରାମ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଅଧିକ ଖାଇବା ନେଇ କ୍ୱାରେଣ୍ଟାଇନ ସେଣ୍ଟରର ଆଡମିନିଷ୍ଟ୍ରେଟରଙ୍କୁ କୌଣସି ଅସୁବିଧା ନାହିଁ । କିନ୍ତୁ ତାଙ୍କ ପାଇଁ ରାନ୍ଧି ରାନ୍ଧି ରୋଷେଇଆ ମାନଙ୍କର ଅବସ୍ଥା ଖରାପ ହୋଇଗଲାଣି ।

ଏହା ନୁହେଁ ଯେ ଅନୁପ କେବଳ ଅଧିକ ଖାଆନ୍ତି ବରଂ ସେ ସାଧାରଣ ଲୋକଙ୍କ ଅପେକ୍ଷା ଅଧିକ କାମ ମଧ୍ୟ କରନ୍ତି । ସେ ଏକୁଟିଆ ପାଞ୍ଚ ରୁ ଛଅ ଜଣ ଲୋକଙ୍କ କାମ କରି ପାରନ୍ତି । ଯେତେବେଳେ ଅନୁପଙ୍କ ଅତ୍ୟଧିକ ଖାଇବା ବିଷୟ ଜୋନାଲ ଅଧିକାରୀଙ୍କ ନିକଟରେ ପହଞ୍ଚିଲା, ସେତେବେଳେ ସେ ନିଜେ ତାଙ୍କୁ ଭେଟିବାକୁ ଆସିଥିଲେ । ସେ କ୍ୱାରେଣ୍ଟାଇନ କେନ୍ଦ୍ରର ପ୍ରଶାସକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଅନୁପ ଯେତେ ଖାଦ୍ୟ ଖାଇବେ ତାଙ୍କୁ ସେତେ ଖାଇବାକୁ ଦିଆଯିବ । ତାଙ୍କ ଖାଦ୍ୟରେ କୌଣସି ଅଭାବ ରହିବା ଉଚିତ୍ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.