କ’ଣ ଆପଣଙ୍କୁ ଡାଇମଣ୍ଡ ପସନ୍ଦ? ତାହେଲେ ଜାଣନ୍ତୁ ଏହାସହ ଜଡିତ କିଛି ରୋଚକ ତଥ୍ଯ

ପ୍ରତ୍ଯେକ ମହିଳାଙ୍କୁ ହୀରା ଖୁବ୍ ପସନ୍ଦ ଆସିଥାଏ। ହୀରା ଏକ ମୂଲ୍ଯବାନ ପଥର। ଏହିକାରଣରୁ ଅଧିକାଂଶ ମହିଳାମାନେ ନିଜର ଗହଣା ମଧ୍ଯରେ ଡାଇମଣ୍ଡ୍ କଲେକ୍ସନ କରିବା ପାଇଁ ଖୁବ୍ ପସନ୍ଦ କରିଥାନ୍ତି। କିନ୍ତୁ ହୀରାକୁ ନେଇ ଏଭଳି କିଛି ସତ୍ଯତା ରହିଛି, ଯାହା ବିଷୟରେ ସମସ୍ତେ ଜାଣିବା ଆବଶ୍ଯକ । ତେବେ ଆସନ୍ତୁ ଜାଣିବା ଡାଇମଣ୍ଡ ସହ ଜଡିତ କିଛି ରୋଚକ ତଥ୍ଯ।

hiraବିଶ୍ବର ସବୁଠାରୁ ବଡ ଡାଇମଣ୍ଡ୍

Cullinan ଡାଇମଣ୍ଡ୍ ବିଶ୍ବର ସବୁଠାରୁ ବଡ ହୀରା। କୌଣସି ହୀରା ବ୍ଯବସାୟୀ ଯଦି ଏହାକୁ କିଣନ୍ତି ତେବେ ତାଙ୍କ ବ୍ଯବସାୟକୁ ସବୁଠାରୁ ବଡ ବ୍ଯବସାୟ କୁହାଯାଇଥାଏ।

diamondsଜାଣନ୍ତୁ ପ୍ରକୃତ ହୀରାର ଆକାର କିପରି ହୋଇଥାଏ

ହୀରାର ପରଫେକ୍ଟ ଆକାର ହାର୍ଟ (heart) ଏବଂ ଆରୋ (arrow) ଭଳି ହୋଇଥାଏ। ହୀରାକୁ ତଳ ମୁହାଁ କରି ରଖିଲେ ମଧ୍ଯ ଆପଣଙ୍କୁ ଗୋଟିଏ ହୀରାରେ ୮ଟି ହାର୍ଟ ନଜର ଆସିବ। ସେହିଭଳି ହୀରାର ମୁହଁ ଉପରକୁ କରି ରଖିବା ଦ୍ବାରା ୮ଟି ଆରୋ ନଜର ଆସିବ।

diamonds-ହୀରା ମୂଲ୍ଯବାନ ହୋଇଥାଏ କାହିଁକି

ଅନେକ ବର୍ଷ ପର୍ଯ୍ଯନ୍ତ ଟାଣ ଆବରଣ ତଳେ ତାପମାନ ଏବଂ ରାସାୟନିକ ପରିବର୍ତ୍ତନ ହେବା ପରେ ଯାଇ ହୀରା ତିଆରି ହୋଇଥାଏ। ଅନେକ ବର୍ଷ ର ପ୍ରକ୍ରିୟା ପରେ ହୀରା ନିର୍ମାଣ ହୋଇଥିବାରୁ ଏହା ଅତ୍ଯନ୍ତ ମୂଲ୍ଯବାନ ପଦାର୍ଥ। ହୀରା ସମ୍ପୂର୍ଣ୍ଣ ରୂପେ ଶୁଦ୍ଧ ହୋଇଥାଏ। କାରଣ ହୀରାର ନିର୍ମାଣ କେବଳ କାର୍ବନ ଦ୍ବାରା ହୋଇଥାଏ। ଏଥିରେ କୌଣସି ପ୍ରକାର ପଦାର୍ଥ ମିଶ୍ରଣ ହୋଇନଥାଏ। ହୀରାକୁ କାଟିବା ଏବଂ ଭାଙ୍ଗିବା ମଧ୍ଯ ବହୁତ କଷ୍ଟକର ହୋଇଥାଏ। ଆପଣମାନେ ଏହା ତ ନିଶ୍ଚିନ୍ତ ଶୁଣିଥିବେ ହୀରା କୁ ହୀରା ହିଁ କାଟିଥାଏ। ଆଜ୍ଞା ହଁ ଗୋଟିଏ ହୀରାକୁ କାଟିବା ପାଇଁ ମଧ୍ଯ ଅନ୍ଯ ଏକ ହୀରାର ଆବଶ୍ଯକତା ପଡିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.