Below header

ରାଜଧାନୀରେ ବନ୍ଦ ଘର ଭିତରୁ ମିଳିଲା ନବ ଦମ୍ପତିଙ୍କ ମୃତ ଦେହ, ଆତ୍ମହତ୍ୟା ନେଇ ସନ୍ଦେହ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଲିଙ୍ଗରାଜ ଥାନା କେଉଟ ସାହି ଅଂଚଳରେ ଦାଣ୍ଡ ଘରୁ ଦୁଇ ନବ ଦମ୍ପତିଙ୍କ ମୃତ ଦେହ ଠାବ ହୋଇଛି । ଏହି ନବ ଦମ୍ପତ୍ତି ଆତ୍ମହତ୍ୟା କରିଥିବା ନେଇ ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଲିଙ୍ଗରାଜ ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଦେଇଛି । ସୂଚନା ମୁତାବକ ଅଜାକୁ ତିନି ମାସ ତଳେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କିନ୍ତୁ ମୃତ୍ୟୁର କାରଣ ଏଯାବତ ଜଣା ପଡ଼ିନାହିଁ ।

COUPLE DEAD-1

ମୃତ ସ୍ୱାମୀଙ୍କ ନାମ ରାକେଶ ରାଉତ ବୋଲି ଜଣାପଡ଼ିଥିବା ବେଳେ ତାଙ୍କ ବୟସ ୩୨ ବର୍ଷ । ଆଉ ସ୍ତ୍ରୀଙ୍କ ନାମ ମିନାକ୍ଷୀ ରାଉତ ଓ ତାଙ୍କ ବୟସ ୨୬ବର୍ଷ | ତିନି ମାସ ତଳେ ବିବାହ କରି ସେମାନେ ଭୁବନେଶ୍ୱରର କୁମ୍ଭାରସାହିରେ ରହି ଆସୁଥିଲେ । ଆଜି ସକାଳେ ଅନେକ ସମୟ ଘର ବନ୍ଦ ଥିବାରୁ ଓ ଘର ଭିତରୁ କେହି ମଧ୍ୟ ବାହାରି ନଥିବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । କବାଟ ଭାଙ୍ଗିବା କ୍ଷଣି ମୃତ ରାକେଶଙ୍କ ମୃତ ଦେହ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ମିଳିଥିବା ବେଳେ ସ୍ତ୍ରୀ ମିନାକ୍ଷୀଙ୍କ ଶରୀର ତଳେ ପଡିଥିବା ଅବସ୍ଥାରେ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.