Below header

ବେରୁତ ବିସ୍ଫୋରଣ ପରେ ବନ୍ଦ ହୋଇଯାଇଥିଲା ଲୋକଙ୍କ ଘଡି, ୪୩ ସେକେଣ୍ଡ ମଧ୍ୟରେ ହୋଇଥିଲା ୬ଟି ବିସ୍ଫୋରଣ

ଲେବନାନର ରାଜଧାନୀ ବେରୁତରେ ହୋଇଥିବା ଆକ୍ରମଣକୁ ନେଇ ଇଟାଲି ଓ ସ୍ପିନ ଦେଶର ବିଶେଷଜ୍ଞ ନିଜସ୍ୱ ଭିନ୍ନ ଭିନ୍ନ ଦାବି କରିଛନ୍ତି । ବାସ୍ତବରେ ବେରୁତରେ ୪୩ ସେକେଣ୍ଡ ସମୟ ମଧ୍ୟରେ ହୋଇଥିବା ବ୍ଲାଷ୍ଟରେ ୬ଟି ବ୍ଲାଷ୍ଟ ହୋଇଥିଲା ବୋଲି ଇଜରାଇଲର ଅନ୍ୟ ଏକ ବିଶେଷଜ୍ଞ ମଧ୍ୟ ଦାବି କରିଛନ୍ତି । ଶେଷ ୧ ସେକେଣ୍ଡ ମଧ୍ୟରେ ହୋଇଥିବା ୪ଟି ବ୍ଲାଷ୍ଟ ଭୟଙ୍କର ରୂପ ଧାରଣ କରିଥିଲା । ସେହିପରି ବେରୁତର ଜନସାଧାରଣଙ୍କ କହିବା ଅନୁସାରେ ଏଭଳି ଏକ ଭୟଙ୍କର ଆକ୍ରମଣ ପରେ ସହରରେ ସମସ୍ତଙ୍କ ଘର ଭିତରେ ଘଣ୍ଟା ଚାଲିବା ବନ୍ଦ ହୋଇଯାଇଥିଲା । ଏହି ଘଟଣାର ତଦନ୍ତ ପାଇଁ FBI କୁ ଦାୟିତ୍ୱ ଦିଆଯାଉ ବୋଲି ଆମେରିକା କହିଛି ।


ପ୍ରତି ୧୧ ସେକେଣ୍ଡର ବ୍ୟବଧାନରେ ଏହି ୬ଟି ଆକ୍ରମଣ ହୋଇଥିଲା ବୋଲି ସିସ୍ମୋଲୋଜିକାଲ ଡାଟାରୁ ଜଣା ପଡିଛି । ଇଜରାଇଲର ଗ୍ରୁପ ସହ ଜଡିତ ଥିବା ବୋଆଜ ହାନା ଏହି ଡାଟାକୁ ଖୋଜି ବାହାର କରିଛନ୍ତି । ଶେଷରେ ହୋଇଥିବା ୪ଟି ଆକ୍ରମଣ ବେୟରହାଉସରେ ଥିବା ସମ୍ପୂର୍ଣ୍ଣ ଅମୋନିଅମ ନାଇଟ୍ରେଟକୁ ପୋଡି ଜାଳି ଛାରଖାର କରିଦେଇଥିଲା । ହାୟୋନ ଜଣେ ମିଲିଟ୍ରି ଇଂଜିନିୟର ଭାବରେ କାମ କରିବା ସହିତ ସୈନ୍ୟ ବିଲ୍ଡିଙ୍ଗରେ ସେଫ୍ଟି ସ୍ଟେଣ୍ଡର୍ଡା ପରୀକ୍ଷା କରନ୍ତି। ତେବେ ହାୟୋନ ବେରୁତର ଆଖ ପାଖରେ ଥିବା ସିମ୍ମୋ ଡାଟାକୁ ସଂଗ୍ରହ କରି ତାକୁ ସମସ୍ତଙ୍କ ଆଗରେ ପ୍ରକାଶ କରିଥିଲେ । ଅନ୍ୟ ପକ୍ଷରେ ଆକ୍ରମଣର ତଦନ୍ତ କରୁଥିବା IRISଙ୍କ ଅନୁସାରେ ଆକ୍ରମଣ ସ୍ଥଳରେ କେବଳ ୫ଟି ଛୋଟ ଏବଂ ଗୋଟିଏ ବୃହତ ଆକ୍ରମଣର ଶୃଙ୍ଖଳା ଥିଲା ।


ତେବେ ଅଗଷ୍ଟ ୪ ଆକ୍ରମଣ ପରେ ବେରୁତର ଜନସାଧାରଣଙ୍କ ଘରେ ଅଟକି ରହିଥିବା ଘଣ୍ଟାର ଫଟୋ କିଛି ଲୋକ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଭୟଙ୍କର ଆକ୍ରମଣରେ ୧୭୧ ଲୋକଙ୍କ ମୃତ୍ୟୁ ହେବା ସହ ୬୫୦୦ ଲୋକ ଆହତ ହୋଇଥିବାର AFP ପକ୍ଷରୁ ସୂଚନା ମିଳିଛି । ତେବେ FBI ଏହି ଭୟଙ୍କର ଆକ୍ରମଣର ତଦନ୍ତ କରିବ ବୋଲି ଆମେରିକା ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.