ଏପଟୁ ମାଡି ଆସୁଥିଲା ଟ୍ରେନ ଆଉ ସେପଟେ ଟ୍ରାକରେ ଫସି ଯାଇଥିଲା ବୃଦ୍ଧାଙ୍କ ହୁଇଲଚେୟାର, ସେହି ସମୟରେ ହଠାତ ଘଟିଗଲା କିଛି ଏମିତି ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ନିଶ୍ଚୟ ଭୟଭିତ ହୋଇଯିବେ । ଆମେରିକାର କାଲିର୍ଫୋନିୟାରେ ଘଟିଛି ଏଭଳି ଏକ ଘଟଣା । ଜଣେ ମହିଳା ପୋଲିସ କର୍ମଚାରୀ ନିଜ ଜୀବକୁ ବାଜି ଲଗାଇ ଜଣେ ବୃଦ୍ଧାଙ୍କର ଜୀବନ ରକ୍ଷା କରିଛନ୍ତି । ଭାଇରାଲ ହୋଇଥିବା ଭିଡିଓଟିରେ ଆପଣ ଦେଖିବାକୁ ପାଇବେ ବୃଦ୍ଧା ଜଣକ ରେଲେଓ୍ଵ ଟ୍ରାକ ମଝିରେ ଫସି ଯାଇଛନ୍ତି । ଏହି ସମୟରେ ମହିଳା ପୋଲିସ କର୍ମୀ ଜଣକ ଦୌଡି ଆସି ତାଙ୍କୁ ସେଠାରୁ ଟାଣି ବାହାରକୁ ନେଇ ଆସିଛନ୍ତି । ବୃଦ୍ଧାଙ୍କୁ ଟାଣି ଆଣିବାର ୨ସେକେଣ୍ଡ ମଧ୍ୟରେ ସେଠାରୁ ଟ୍ରେନଟି ଦ୍ରୁତ ଗତିରେ ଅତିକ୍ରମ କରୁଛି । ୩୬ ସେକଣ୍ଡର ଭାଇରାଲ ହୋଇଥିବା ଏହି ଭିଡିଓଟିରେ ଅନେକ କିଛି ଘଟଣା ଘଟି ଯାଇଛି ।


ଏହି ଘଟଣାଟି ଅଗଷ୍ଟ ୧୨ ତାରିଖ ସକାଳ ୮:୪୫ ମିନିଟରେ କାଲିର୍ଫୋନିୟାରେ ଘଟିଥିଲା । ମହିଳା ଅଫିସର Erica Urrea ନିଜ ପେଟ୍ରୋଲିଙ୍ଗ କାର ଭିତରେ ଥାଇ ଜଣେ ବୃଦ୍ଧାଙ୍କୁ ନିଜ ହୁଇଲ ଚେୟାର ସହିତ ରେଲେଓ୍ଵ ଟ୍ରାକ ଉପରେ ଫସି ରହିଥିବାର ଦେଖିଲେ । ସେ ଦେଖିଲେ ଯେ ବୃଦ୍ଧା ଜଣକ ଟ୍ରାକରେ ଫସି ରହିଥିବା ନିଜ ହୁଇଲ ଚେୟାରକୁ ବାହାର କରିବାକୁ ଚେଷ୍ଟା କରୁଥିଲେ । ସେହି ସମୟରେ ମହିଳା ପୋଲିସ ଦୌଡି ଆସି ତାଙ୍କୁ ଟାଣି ବାହାରକୁ ଆଣିଥିଲେ । ଉଦ୍ଧାର କରିବା ସମୟରେ ବୃଦ୍ଧା ତଳେ ପଡି ଯାଇ ସାମାନ୍ୟ ଆହାତ ହୋଇଥିଲେ । ପରେ ତାଙ୍କୁ ହସ୍‌ପିଟାଲ ସ୍ଥାନାନ୍ତର କରି ତାଙ୍କର ଚିକିତ୍ସା କରାଯାଇଥିଲା । ମହିଳା ପୋଲିସ କର୍ମଚାରୀଙ୍କର ଏପରି ବାହାଦୁରି ଯୋଗୁଁ ସେହି ବୃଦ୍ଧା ଜଣକ ଏତେ ବଡ ବିପଦରୁ ରକ୍ଷା ପାଇ ଆଜି ସୁରକ୍ଷିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.